Home କେନ୍ଦୁଝର ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ବାପା ଆଣିଲେ ହତ୍ୟା ଅଭିଯୋଗ

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ବାପା ଆଣିଲେ ହତ୍ୟା ଅଭିଯୋଗ

171

ଯୋଡା, ୨୩/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ବିରିକଳା ପଞ୍ଚାୟତ ଅଧିନସ୍ଥ ଲହଣ୍ଡା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପିତା ମାନ ସିଂ ମୁଣ୍ଡା ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ଯୋଡା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଗ୍ରାମର ରୁପେନ ମୁଣ୍ଡା ସେହି ଗ୍ରାମର ସଞ୍ଜିତା ମୁଣ୍ଡାଙ୍କୁ ଅଢେଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କର ୮ ମାସର ଏକ ଶିଶୁ ପୁତ୍ର ମଧ୍ୟ ଅଛି । ଏହି ବିବାହରେ ରୁପେନଙ୍କର ବାପା-ମା ରାଜିନଥିବା ବେଳେ ବାରମ୍ବାର ସଞ୍ଜିତାଙ୍କୁ ଶାରିରୀକ ଏବଂ ମାନଶୀକ ନିର‌୍ୟ୍ୟାତନା ଦିଆଯାଉଥିବା ସଞ୍ଜିତା ତାଙ୍କର ବାପା ମାନସିଂ ମୁଣ୍ଡାଙ୍କୁ ଅଭିଯୋଗ କରିଆସୁଥିଲେ । ଏ ନେଇ ମଝିରେ ମଝିରେ ସଞ୍ଜିତା ତାଙ୍କ ବାପ ଘରକୁ ମଧ୍ୟ ଚାଲି ଯାଉଥିଲେ । ତାଙ୍କୁ ରୁପେନ ବାରମ୍ବାର ବୁଝାଶୁଝା କରି ଘରକୁ ଫେରାଇଆଣିଥାନ୍ତି । ତେବେ ଗୁରୁବାର ତାଙ୍କର ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ଘରେ ବେକରେ ଶାଢୀ ବନ୍ଧି ଝୁଲୁଥିବା ମୃତ ଦେହ ଦେଖିବାକୁ ମିଳିଥିଲା । ଏହାକୁ ରୁପେନ ପରିବାର ଆତ୍ମହତ୍ୟା କହୁଥିବା ବେଳେ ସଞ୍ଜିତାଙ୍କ ବାପା-ମା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ଉପସ୍ଥିତିରେ ଯୋଡା ପୁଲିସ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ଋଜୁ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.