Home ଜିଲ୍ଲା ପରିକ୍ରମା ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

3

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପା ମା ସ୍ୱପ୍ନ ଦେଖନ୍ତି ଝିଅ ବଡ଼ ହେଲେ ହାତକୁ ଦୁଇ ହାତ କରି ଶାନ୍ତିରେ ନିଶ୍ୱାସ ମାରିବେ। ବିବାହ ପରେ ଝିଅ ସ୍ୱପ୍ନ ଦେଖେ ଏକ ପରିପକ୍ୱ ସଂସାର। ହେଲେ ଧନ ଲୋଭ ଯେ ମଣିଷକୁ ଏତେ ଛୋଟ କରିଦିଏ ନିଜ ହାତରେ ନିଜ ସଂସାର ଉଜାଡି ଦିଏ ଯାହାର ଜଳନ୍ତୁ ଉଦାହରଣ ଦେଖିବାକୁ ମିଳିଛି ଗୀତାଞ୍ଜଳି ଦଳାଇଙ୍କ କ୍ଷେତ୍ରରେ। ସୂଚନା ଅନୁସାରେ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଂଚାୟତର ବାହାଦଲପୁର ଗ୍ରାମର ଅନନ୍ତ ଦାସଙ୍କ ଝିଆରୀ ଗୀତାଞ୍ଜଳିଙ୍କୁ ୨୦୦୬ମସିହାରେ ସୋର ଥାନା ଅନ୍ତର୍ଗତ ସାବିରା ଗ୍ରାମର ଶିବ ଦଳାଇଙ୍କ ପୁଅ ଚିତରଞ୍ଜନ ଦଳାଇଙ୍କ ସହ ବୈଦିକ ରୀତି ନୀତି ଅନୁସାରେ ବିବାହ ଦେଇଥିଲେ। ତାଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛନ୍ତି। ୨୦ବର୍ଷର ବୈବାହିକ ଜୀବନ ରେ କେତେ ଥର ଝଗଡା ହୋଇଛି ସ୍ୱାମୀ, ଶାଶୁ, ଶଶୁରଙ୍କ ସହ ହେଲେ ପୁଣି ସମାଧାନ ପରେ ଗୀତାଞ୍ଜଳି ନିଜ ଭାଗ୍ୟକୁ ଆଦରି ପଡି ରହିଥିଲା ଶଶୁର ଘରେ ନିଜ ପିଲା ଦୁହିଁଙ୍କର ଭବିଷ୍ୟତ ପାଇଁ। ହେଲେ ୩,୪ ଚାରି ମାସ ହେବ ସ୍ୱାମୀ ତାଙ୍କୁ ତାଙ୍କ ବାପା ଘରୁ ୨ଲକ୍ଷ ଟଙ୍କା ଆଣିବା ପାଇଁ ତାଗିଦା କରୁଥିଲେ ଏପରି କି ଏଥିପାଇଁ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଦାଦା ଆଭିଯୋଗ କରିଛନ୍ତି। ହେଲେ ଗତ ସୋମବାର ଦିନ ତାଙ୍କୁ ସ୍ୱାମୀ ଚିତରଞ୍ଜନ, ଶଶୁର ଶିବ, ଶାଶୁ ମାଳତି ଓ ଦିଅର ମାନସ ଯୋଜନା ବଦ୍ଧ ଭାବେ ହତ୍ୟା କରି ସ୍ଥାନୀୟ ରେଳଧାରଣାରେ ଶୋଆଇ ଦେଇ ଆତ୍ମହତ୍ୟାର ରଙ୍ଗ ଦେଉଥିବା କଥା ଗୀତାଞ୍ଜଳିର ଦାଦା ସୋର ଥାନାରେ ଅଭିଯୋଗ କରିଛନ୍ତି। ଏହା ଏକ ଗୁରୁତର ମାମଲା ହୋଇ ଥିବା ବେଳେ ସୋର ଥାନା ହାଲୁକା ଭାବେ ଗ୍ରହଣ କରି ଠିକ ଭାବେ ତଦନ୍ତ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଗୀତାଞ୍ଜଳିର ପରିବାର ବାଲେଶ୍ୱର ଆରକ୍ଷକି ଅଧିକ୍ଷକ ଅଫିସ ଆଗରେ ଧାରଣ ଦେବେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.