Home କେନ୍ଦୁଝର ମହିଳାଙ୍କ ବିଷ ବୋତଲ ଧରି ବ୍ୟାଙ୍କ ସମ୍ମୁଖରେ ଧାରଣା

ମହିଳାଙ୍କ ବିଷ ବୋତଲ ଧରି ବ୍ୟାଙ୍କ ସମ୍ମୁଖରେ ଧାରଣା

86

ହାଟଡିହି-୧୮/୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଡଅଁର ଗ୍ରାମରେ ଏସଏସଜି ଗ୍ରୁପର ଟଙ୍କାକୁ ସଭାପତି ଓ ସମ୍ପାଦିକା ହଡପ କରିବାର ଅଭିଯୋଗ କରି ଗ୍ରୁପର ଅନ୍ୟ ମହିଳାମାନେ ବ୍ୟାଙ୍କ, ଥାନା, ବ୍ଲକ, ସିଡିପିସଙ୍କ କାର‌୍ୟ୍ୟାଳୟରେ ଜଣାଇବା ପରେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆ ନଯିବାରୁ ମହିଳାମାନେ ଆଜି ଶାଳଣିଆଁ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ବିଷ ବୋତଲ ଧରି ଧାରଣରେ ବସିଛନ୍ତି । ସେମାନଙ୍କୁ ନ୍ୟାୟ ନମିଳିଲେ ସେମାନେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।
ମହିଳା ମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ଡଅଁର ଗ୍ରାମରେ ୧୦ଜଣ ସଦସ୍ୟାଙ୍କୁ ନେଇ ଜୟ ବଜରଙ୍ଗୀ ନାମକ ଏକ ଏସଏସଜି ଗ୍ରୁପ ଗଠନ କରିଥିଲେ । ଏଥିରେ ସଭାନେତ୍ରୀ ଭାବେ ସୁମିତ୍ରା ସେଠୀ ଓ ସମ୍ପାଦିକା ଭାବେ ପ୍ରତିମା ନାୟକ କାର‌୍ୟ୍ୟ କରୁଥିଲେ । ସେମାନେ ଗତ ୨୫/୦୭/୨୦୧୮ରେ ବ୍ୟାଙ୍କରୁ ୨ଲକ୍ଷ ୭୫ହଜାର ଟଙ୍କାର ଋଣ ଆଣି ନିୟମିତ ପରିଶୋଧ କରୁଥିଲେ । ସେମାନେ ମାସିକ ୧୦ହଜାର ଟଙ୍କା ପରିଶୋଧ କରୁଥିବାବେଳେ ଋଣ ବାବଦ ୯୦୦୦ ଓ ଜମାଖାତାରେ ହଜାରେ ଟଙ୍କା ଲେଖାଏ ରଖିବାକୁ ସଭାନେତ୍ରୀ ଓ ସମ୍ପାଦିକାଭ୍‌କୁ ଦେଉଥିଲେ । କିନ୍ତୁ ଅଳ୍ପ କିଛିମାସ ଏହା ଜମା ହୋଇଥିବାବେଳେ ଆଉ ଟଙ୍କା ଜମା ହୋଇ ନାହିଁ । ସେହିପରି କୋଭିଡ-୧୯ ସମୟରେ ଗୋଷ୍ଠୀର ସଦସ୍ୟାମାନେ ରୋଷେଇକରି ବାଣ୍ଟିଥିବାବେଳେ ସେଥିପାଇଁ ବ୍ଲକରୁ ବିଭିନ୍ନ ପର‌୍ୟ୍ୟାୟରେ ଆସିଥିବା ୪ଲକ୍ଷ ୨ହଜାର ଟଙ୍କା ଅନୁଦାନକୁ ମଧ୍ୟ ରେଜୁଲେସନ ଖାତାରେ ଜାଲ ଦସ୍ତଖତ କରି ଉଠାଇ ନେଇଛନ୍ତି ବୋଲି ସଭ୍ୟାମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅନ୍ୟ ସଦସ୍ୟମାନେ ନନ୍ଦିପଦା ଥାନା, ବ୍ଲକର ବିଡିଓ ଏବଂ ସିଡିପିଓଙ୍କ କାର‌୍ୟ୍ୟାଳୟକୁ ଜଣାଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଆଜି ପର‌୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିଲେ । ଫଳରେ ସୌଦାମିନୀ ମହାନ୍ତି, ବାସନ୍ତୀଲତା କର, ଶାନ୍ତି ଲତା ପହି, ଜୟନ୍ତୀ ନାୟକ, ମେନକା ନାୟକ, ଶ୍ରାବଣୀ ସେଠୀ, ଯମୁନା ଓଝା, ଜାଇନ ବେହେରା ପ୍ରମୁଖ ସଦସ୍ୟମାନେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଧାରଣରେ ବସିଥିଲେ । ଶାଖା ପରିଚାଳକ ଆସି ସେମାନଙ୍କୁ ବୁଝାସୁଝା କରିôତଲେ ମଧ୍ୟ ସେମାନେ ଆନ୍ଦୋଳନରୁ ହଟି ନଥିଲେ । ଶାଖା ପରିଚାଳକ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳକୁ ଆସି ଘଟଣାର ପଚରା ଉଚୁରା କରୁଛି । ମହିଳାମାନେ ହାତରେ ବିଷ ବୋତଲ ଧରି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆନଯାଏ ତେବେ ମହିଳାମାନେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଶହଶହ ଗ୍ରାହକ ବିଭିନ୍ନ କାର‌୍ୟ୍ୟପାଇଁ ବ୍ୟାଙ୍କକୁ ଆସିଥିବାବେଳେ କାର‌୍ୟ୍ୟାଳୟ ଖୋଲା ନଥିବାରୁ ନିରାଶ ହୋଇ ବାହାରେ ବସିରହିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଶାଖା ପରିଚାଳକ ଦେବାଶିଷ ପୁରୋହିତଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ୟାଙ୍କର କୌଣସି ଭୁଲ ନାହିଁ । ବ୍ୟାଙ୍କ ଠିକ ଭାବେ ତାର କାର‌୍ୟ୍ୟ ତୁଲାଇଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.