Home କେନ୍ଦୁଝର ବଞ୍ଚୋ ଗ୍ରାମରୁ ୪୦ସିପ୍ଟରୁ ଉର୍ଦ୍ଧ କାଠ ଜବଦ କଲା ବନ ବିଭାଗ

ବଞ୍ଚୋ ଗ୍ରାମରୁ ୪୦ସିପ୍ଟରୁ ଉର୍ଦ୍ଧ କାଠ ଜବଦ କଲା ବନ ବିଭାଗ

56

ହାଟଡିହି-୧୮/୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରୁ ଆଜି ହଦଗଡ ବନ ବିଭାଗ ପକ୍ଷରୁ ୪୦ସିପ୍ଟରୁ ଉର୍ଦ୍ଧ ଶାଳ କାଠ ଜବଦ କରାଯାଇଛି । ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ଏହି କାଠ ରଖାଯାଇଥିବାବେଳେ କୌଣସି ସୁତ୍ରରୁ ଖବରପାଇ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ସମେତ ବନକର୍ମଚାରୀ ମାନେ ତାଙ୍କ ବାଡିରେ ଚଢ଼ାଉ କରି କାଠ ଗୁଡିକୁ ଜବଦ କରିଥିଲେ । ଜବଦ କାଠର ଆନୁମାନିକ ମୁଲ୍ୟ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ସୁଚନା ଦେଇଛନ୍ତି । ଘର ମାଲିକଙ୍କ କହିବାନୁଯାଇ ଆଜି ସକାଳୁ ସକାଳୁ ଏକ ବୋଲେରୋ ଗାଡିକୁ କେହି ପିଛା କରୁଥିବାବେଳେ ବୋଲେରୋ ଗାଡିଟି ଏହି କାଠ ଗୁଡିକୁ ରାସ୍ତାରେ ପକାଇ ଦେଇ ପଳାଇବାପରେ ସେମାନେ ତାକୁ ଆଣି ବାଡିରେ ରଖିଥିଲେ ବୋଲି ରେଞ୍ଜରଙ୍କୁ କହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.