ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କାଁପଡ଼ା ଗ୍ରାମର ମଳୟ ମଳିକ ନାମକ ଜଣେ ଯୁବକ ନିଜ ଫଟୋକୁ ଜଣେ ମହିଳାଙ୍କ ସହ ଯୋଡ଼ି ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ୧୯/୨୫ରେ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମଳୟକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ମହିଳାଙ୍କ ସ୍ୱାମୀ ବାହାରେ ରୁହନ୍ତି। ଯୁବକ ଜଣକ ମହିଳା ତାଙ୍କ କଥାରେ ରାଜି ନହେଲେ ତାଙ୍କ ଭିଡିଓ ଭାଇରାଲ କରିଦେବ ବୋଲି କହି ନିଜ ଫଟୋକୁ ମହିଳାଙ୍କ ସହ ଯୋଡ଼ି ଭାଇରାଲ କରିଥିବା ଅଭିଯୋଗ ହୋଇଛି।