ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଚାଲିଛି ଏକ ମହିଳା ବିରୋଧୀ ସରକାର, ମହିଳା ଙ୍କ ଉପରେ ନିର୍ଯାତନା ଏବେ ସବୁ ସୀମା ଟପିଲାଣି, ବିଗତ ଦଶ ମାସ ମଧ୍ୟରେ ରାଜ୍ୟରେ ମହିଳାଙ୍କ ଉପରେ ୪୨ ହଜାରରୁ ଉର୍ଦ୍ଧ ମାମଲା ରୁଜୁ ହେଲାଣି, ଏହି କ୍ଷେତ୍ରରେ ଭଦ୍ରକ ଜିଲ୍ଲା ଏବେ ରାଜ୍ୟରେ ଦୁଇ ନମ୍ବର ସ୍ଥାନରେ ପହଂଚିଛି, ଯାହାକି ଉଦବେଗ ଜନ କ ଘଟଣା। ବାଲେଶ୍ୱର ର ସୌମ୍ୟ ଶ୍ରୀ ବିଶି ଙ୍କ ଠାରୁ ଚାନ୍ଦବାଲି ର ନାବାଳିକା କୁ ଦୁଷ୍କର୍ମ ଓ ପରେ ହତ୍ୟା ଏବେ ସାରା ରାଜ୍ୟ କୁ ଆନ୍ଦୋଳିତ କରିଛି। ବିଧାନ ସଭାରେ ଏକ ସର୍ବ ଦଳୀୟ କମିଟି ଗଠନ କରିବାକୁ ଦାବି କରିବାରୁ ଆମ କଂଗ୍ରେସ ର ବିଧାୟକ ମାନଙ୍କୁ ବିଧାନ ସଭା ରୁ ବାହାର କରି ଦିଆ ଗଲା।ରାଜ୍ୟରେ ଥିବା ବିଜେପି ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା କ୍ଷେତ୍ରରେ ନିଶା ହେଉଛି ମୁଖ୍ୟ ।ତେଣୁ ଅବାଧ ମଦ, ଗଞ୍ଜେଇ,, ଡ୍ରଗ ସ କାରବାର କୁ ରୋକିବାରେ ସରକାର ବିଫଳ ହୋଇଛନ୍ତି।ଜଣେ କୁନି ଝିଅ କି ଅପରାଧ କରିଥିଲା , ଯେଉଁଥିପାଇଁ ତାର ମୂଲ୍ୟ ବାନ ଜୀବନ ଚାଲିଗଲା। ନିଶା କାରବାର ବନ୍ଦ ହୋଇଥିଲେ ଆଜି ତାର ମୂଲ୍ୟ ବାନ ଜୀବନ ବଂଚି ଯାଇ ଥାଆନ୍ତା। ସରକାର ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଉକ୍ତ ମାମଲା କୁ ବିଚାର କରି ଅଭିଯୁକ୍ତ କୁ ତିନି ମାସ ମଧ୍ୟରେ ଫାଶୀ ଖୁଂଟରେ ଝୁଲି ବାର ବ୍ୟବସ୍ଥା କରନ୍ତୁ।ଏଥି ସହିତ ପୀଡ଼ିତ ପରିବାର କୁ ପଚାଶ ଲକ୍ଷ ଟଙ୍କା ର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ଶନିବାର ଚାନ୍ଦବାଲି ରେ ଘଟିଥିବା ନାବାଳିକା କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ରେ ପୀଡ଼ିତା ପରିବାର କୁ ଭେଟିବା ଓ ପରେ ବିଜୁ ସ୍ମୁତି ଭବନ ରେ ଆୟୋଜିତ ସ୍ମୁତି ଚାରଣ ସଭାରେ ଯୋଗଦାନ କରି ପି ସି ସି ସଭାପତି ଭକ୍ତ ଦାସ ପ୍ରକାଶ କରିଥିଲେ। ଚାନ୍ଦବାଲି ରେ ପହଂଚିବା ପରେ ପି ସି ସି ଟିମ ପୀଡ଼ିତା ପରିବାର କୁ ବାଲିଗାଁ ଠାରେ ଭେଟିବା ସହ ଶାନ୍ତ୍ୱନା ଦେଇଥିଲେ। ପରେ ସ୍ମୁତି ଚାରଣ ସଭାରେ ଯୋଗଦାନ କରିଥିଲେ। ବ୍ଲକ ସଭାପତି ବୈଲୋଚନ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସ୍ମୁତି ଚାରଣ ସଭାରେ ପୂର୍ବତନ ପି ସି ସି ସଭାପତି ଜୟ ଦେବ ଜେନା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ,ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀ ପତି, ମହିଳା ନେତ୍ରୀ ମଧୁମିତା ସେଠୀ ,ମହିଳା ନେତ୍ରୀ ଜୟସ୍ମିତା ମହାନ୍ତି,ସୁଲୋଚନା ନାୟକ ,ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଅସିତ୍ ପଟ୍ଟନାୟକ, ଦଳିତ ନେତା ରାଜେନ୍ଦ୍ର ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମିୟ କୁମାର ମହାପାତ୍ର, ଦିଗମ୍ବର ଦାସ, ତିହିଡି ବ୍ଲକ ସଭାପତି ସରୋଜ ଦାସ, ଯୁବ ନେତା ମନୋଜ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ଉପରେ ବର୍ଷିବା ସହିତ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ।ପ୍ରାରମ୍ଭରେ ଉକ୍ତ ପି ସି ସି ଟିମ ଚାନ୍ଦବାଲିରେ ପହଂଚିବା ପରେ ପୀଡ଼ିତା ପରିବାର ଙ୍କୁ ଭେଟି ସମବେଦନା ଜଣାଇ ଥିଲେ।ତାଙ୍କ ଝିଅ ସହିତ ହୋଇଥିବା ସେହି କରୁଣ କାହାଣୀ ସମ୍ବନ୍ଧରେ ଉଭୟ ପୀଡ଼ିତା ଙ୍କ ବାପା, ମା, ଅଜା ଓ ମାଉସୀ ଠାରୁ ସେଦିନ ର କଳା କାହାଣୀ ସମ୍ବନ୍ଧରେ ଶୁଣିବା ସହ ସେମାନଙ୍କୁ ଶାନ୍ତ୍ୱନା ଦେଇଥିଲେ। ତାଙ୍କ ଝିଅ କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଂଗ୍ରାମ କରିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ପିସିସି ସଭାପତି ଶ୍ରୀ ଦାସ ଭଦ୍ରକରେ ପହଂଚି ଏକ ପ୍ରତିନିଧି ଦଳ ସହ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ ଭେଟି ଆଲୋଚନା କରିଥିଲେ।
Home ଜିଲ୍ଲା ପରିକ୍ରମା ମହିଳାଙ୍କ ଉପରେ ନିର୍ଯ୍ୟାତନା ପଛରେ ଅବାଧ ନିଶା କାରବାର, ନିଶା କାରବାର ରୋକିବା କ୍ଷେତ୍ରରେ ରାଜ୍ୟ...








