Home ଜିଲ୍ଲା ପରିକ୍ରମା ମହିଳାଙ୍କ ଅଚାନକ ମୃତ୍ୟୁ, କରୋନା ଭୟରେ ଗ୍ରାମକୁ ଶବ ନେବାକୁ ଗ୍ରାମବାସୀଙ୍କ ବିରୋଧ

ମହିଳାଙ୍କ ଅଚାନକ ମୃତ୍ୟୁ, କରୋନା ଭୟରେ ଗ୍ରାମକୁ ଶବ ନେବାକୁ ଗ୍ରାମବାସୀଙ୍କ ବିରୋଧ

30

ବଲାଙ୍ଗୀର/ଟିଟିଲାଗଡ ୦୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଟିଟିଲାଗଡ ଥାନା ଅନ୍ତର୍ଗତ ମଏନଗାଁ ରେ କକେ ବାଗ (୫୫) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ କକେ ବାଗଙ୍କ ସ୍ୱାମୀଙ୍କ ଗତ ଚାରି ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨୮ ବର୍ଷୀୟ ପୁଅର ଗତ ୭ ମାସ ତଳେ ମୃତ୍ୟୁ ଘଟିଥିଲା। ରାଜ୍ୟ ବାହାରକୁ ବଡ଼ ପୁଅ କାମ କରିବାକୁ ଯାଇ ସେଠି ମୃତ୍ୟୁ ବରଣ କରିଥିଲେ। ଏବେ ମୃତକଙ୍କ ର ତିନୋଟି ଝିଅ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ କକେ ସକାଳେ ଠିକ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ତାଙ୍କୁ ଅସୁସ୍ଥ ଲାଗିବା ଓ ନିଶ୍ଵାସ ନେବାରେ ଅସୁବିଧା ହେବା ଜଣାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଉପ ଖଣ୍ଡମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ବଳରାମ ସାହୁ ଉକ୍ତ କକେଙ୍କୁ ମୃତ ଘୋଷଣା କରିବା ସହ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିବା ଜଣା ଯାଇଛି। ଶବ ବ୍ୟବଚ୍ଛେଦ କରିବା ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ମୃତ ମହିଳାଙ୍କ ମୃତ୍ୟୁ ନେଇ ଗ୍ରାମରେ ନା ନା ଆଲୋଚନା ହେଉଥିବା ବେଳେ କରୋନା ଯୋଗୁଁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା କହି ଉକ୍ତ ମହିଳାଙ୍କ ଶବ ଓ ଅନ୍ୟ ପରିବାର ଲୋକଙ୍କୁ ଗାଁ ରେ ପୁରେଇ ନ ଦେବା ନେଇ ଗ୍ରାମରେ ବିବାଦ ସୃଷ୍ଟି ହୋଇଛି। ଏ ନେଇ ପ୍ରଶାସନ ଉକ୍ତ ପରିବାର ପ୍ରତି ଉପଯୁକ୍ତ ସହାୟତା ସହ ସାମାଜିକ ବାସନ୍ଦ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.