Home ଅପରାଧ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଦୁଇ ଗିରଫ

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଦୁଇ ଗିରଫ

217

ହାଟଡ଼ିହି, ୧୭ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ନେଇ ଅଭିଯୋଗ ଘଟଣାରେ ନନ୍ଦିପଦା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାଇ କରଞ୍ଜିଆକୁ ବାହା ହୋଇଯାଇଥିବା ନନ୍ଦିପଦା ଗାଁର ତାମୁଳିଆ ସାହିରେ ଜଣେ ମହିଳା ଦୀର୍ଘ ୧୦ବର୍ଷ ହେଲା ଆସି ତା ବାପଘରେ ରହି ଆସୁଥିଲା । ଗତ ସୋମାବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ୪ଜଣ ବ୍ୟକ୍ତି ତାଙ୍କ ଘରେ ପସି ତାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ମହିଳା ଜଣକ ଏହାର ବିରୋଧ କରିବାରୁ ସେମାନେ ତାକୁ ମାଡପିଟ କରି ଚୁପ ରହିବାକୁ ବାଧ୍ୟ କରି ଜଣେ ପରେ ଜଣେ ବଳାତ୍କାର କରିଥିଲେ । ସେ ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କୁ ଚିହ୍ନି ପାରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ନଥିବା କହୁଛି । ଏନେଇ ମହିଳା ଜଣକ ଗତକାଲି ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଥାନା କେସ ନଂ ୧୨୭/୨୦୨୦ରେ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ମହିଳାଙ୍କୁ ଡାକ୍ତରୀ ମାଇନା କରାଇ ଏହି ଘଟଣାରେ ସଂପୃକ୍ତ ମୁର୍ସିଦାବାଦର ଅମିତ ହାଲଦାର, ବସନ୍ତିଆର ଟ୍ରଲି ଚାଳକ ଭାବଗ୍ରାହୀ ଯେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.