Home ଜିଲ୍ଲା ପରିକ୍ରମା ମହା ସରସ୍ୱତୀ ବେଶରେ ମା’ ଭଦ୍ରକାଳୀ,ରବିବାର ମହାଲକ୍ଷ୍ମୀ ବେଶ ଓ ମହାଯଜ୍ଞର ପୂର୍ଣ୍ଣାହୂତି

ମହା ସରସ୍ୱତୀ ବେଶରେ ମା’ ଭଦ୍ରକାଳୀ,ରବିବାର ମହାଲକ୍ଷ୍ମୀ ବେଶ ଓ ମହାଯଜ୍ଞର ପୂର୍ଣ୍ଣାହୂତି

12

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ସ୍ୱୟଂ ବିଷ୍ଣୁ ମାତା ଜଗତ ଜନନୀ ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଷଷ୍ଠ ଦିବସରେ ମା’ ମହା ସରସ୍ୱତୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ଭକ୍ତ ଧାଡ଼ି ବାନ୍ଧି ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି ମା’ ଶ୍ୱେତ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇ ବିଭିନ୍ନ ଆଭୂଷଣ ମଣ୍ଡନ କରିଥିଲେ। ହଂସ ବାହନରେ ମା ବିରାଜ ମାନ କରି ବୀଣା ବାଦନ ରତା ମା ଭଦ୍ରକାଳୀ ଅପୂର୍ବ, ଅବ୍ୟକ୍ତ, ଅଲୌକିକ ରୂପ ରେ ଦର୍ଶନ ଦେଇଛନ୍ତି। ମା ଙ୍କ ର ମୁଖ ମଣ୍ଡଳ ଶ୍ୱେତ ବର୍ଣ୍ଣ ଥିବା ବେଳେ ମା ବେଦ ଓ ଜପ। ମାଳି ଧାରଣ କରି ଚତୁର୍ଦ୍ଧା ରୂପ ରେ ମହସରସ୍ୱତି ମନ୍ତ୍ର ରେ ପୁଜା ପାଇଛନ୍ତି। ପୀଠ ରେ ମହା ଯଜ୍ଞ ର ହୋମ, ଗୀତା ପାଠ, ବେଦ ପାଠ, ଚଣ୍ଡୀ ପାଠ ଚାଲୁ ରହିଛି। ସନ୍ଧ୍ୟା ଆଳତୀ ପରେ ଆରମ୍ଭ ହୋଇଥିଲା ଷଷ୍ଠ ସଂସ୍କୁତି କ ସନ୍ଧ୍ୟା ର ନୃତ୍ୟ ପରିବେଷଣ। ଗୁଞ୍ଜନ ଏକାଡେମୀ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କୁ ଆନନ୍ଦିତ କରିଛି। ରବିବାର ମା ଭଦ୍ରକାଳୀ ଙ୍କୁ ଭକ୍ତ ମାନେ ମହାଲକ୍ଷ୍ମୀ ବେଶ ରେ ଦର୍ଶନ କରିବା ସହ ବିଶ୍ୱଶାନ୍ତି, ଜଗତ କଲ୍ୟାଣ ଉଦେଶ୍ୟ ରେ କରାଯାଉଥିବା ମହା ଯଜ୍ଞ ର ପୂର୍ଣ୍ଣାହୂତି ହେବ। ମା ଙ୍କ ର ମହାଲକ୍ଷ୍ମୀ ବେଶ ଦର୍ଶନ ନିମନ୍ତେ ଭକ୍ତ ମାନଙ୍କର ଭିଡ କୁ ଆକଳନ କରାଯାଇ ମନ୍ଦିର ପ୍ରଶାସନ,ସେବାୟତ ଓ ପୂଜକ ମାନଙ୍କ ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ମହାଯଜ୍ଞ ର ପୂର୍ଣ୍ଣାହୂତି ପର୍ବ ଅପରାହ୍ନ ୩ ଘଂଟା ଠାରୁ ଆରମ୍ଭ ହେବ। ପୂର୍ଣ୍ଣାହୂତି ଅବସରରେ ମା ଙ୍କ ନିକଟରେ ୫୬ ପ୍ରକାର ପହୁଡ଼ ଭୋଗ ଲାଗି ହେବ ଏବଂ ହଜାର ହଜାର ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ମାଗଣା ବଂଟନ କରାଯିବ ବୋଲି ମନ୍ଦିର ପ୍ରଶାସନ ତଥା ଯଜ୍ଞ କମିଟି ଓ ସେବାୟତ କମିଟି ତରଫରୁ ସୂଚନା ଦିଆଯାଇଛି। ଭକ୍ତ ମାନଙ୍କ ନିମନ୍ତେ ପାନୀୟ ଜଳ, ଆଲୋକ ବ୍ୟବସ୍ଥା,ଶୌଚାଳୟ ଏବଂ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ମୃତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.