Home ଜିଲ୍ଲା ପରିକ୍ରମା ମହାଷ୍ଟମୀରେ ବିଧାୟକ ସଂଜୀବ ମଲ୍ଲିକ ବୁଲିଲେ ବିଭିନ୍ନ ପୂଜା ମଣ୍ଡପ

ମହାଷ୍ଟମୀରେ ବିଧାୟକ ସଂଜୀବ ମଲ୍ଲିକ ବୁଲିଲେ ବିଭିନ୍ନ ପୂଜା ମଣ୍ଡପ

27

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗତଜନନୀ ସିଂହବାହିନୀ ଦଶଭୁଜା ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ ପୂଜା ପାଇଁ ଚଳଚଂଚଳ ହୋଇ ଉଠିଛି ଗାଁ ଠାରୁ ସହର। ସବୁଠି ପୂଜା ପାଉଛି ମା’ ସିଂହବାହିନୀଙ୍କ ମୃଣୟ ମୂର୍ତି। ଆଜି ପବିତ୍ର ମହା ଦୁର୍ଗାଷ୍ଟମୀ ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି। ସେ ତୋଡଙ୍ଗା ଗ୍ରାମ ପଂଚାୟତ ର ବରଡେଶ୍ୱର ଜଗତଜନନୀ ସିଂହବାହିନୀ ମାଁ ଦୂର୍ଗା, ବନ୍ତସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ମେଢ, ବନ୍ତ ବ୍ଲକ୍ ସିଳନ୍ଦୀ ଦୁର୍ଗା ମେଢ, ବଡବର୍ଚ୍ଚିକୟାଁ ଓ ବଡ ମହିଷଗୋଠ ଦୁର୍ଗା ମେଢ, ବନ୍ତ ବ୍ଲକ୍‌ର ଆଡିଆ ସମେତ ଗଣିଜାଙ୍ଗ ପୂଜା ମଣ୍ଡପ ବୁଲି ମା’ଙ୍କ କୃପା ଲାଭ କରିଛନ୍ତି। ଏହି ଅବସରରେ ସେ କେବଳ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ବିଶ୍ୱର ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି। ତାଙ୍କ ସାଥୀରେ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ବରିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.