Home Top News ମହାରାଷ୍ଟ୍ର ରାଜନୀତି : ସେମିଫାଇନାଲରେ ଜିତିଲେ ସିନ୍ଧେ : ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପିର ରାହୁଲ...

ମହାରାଷ୍ଟ୍ର ରାଜନୀତି : ସେମିଫାଇନାଲରେ ଜିତିଲେ ସିନ୍ଧେ : ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପିର ରାହୁଲ ନରଭେକର ବିଧାନସଭାର ନୂତନ ବାଚସ୍ପତି

90

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ରାଜନୈତିକ ମୋଡ଼ରେ ସିନ୍ଧେ ସରକାର ବାଜିମାରିଛି। ବିଧାନସଭାର ନୂତନ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟସଭାର ନୂତନ ବାଚସ୍ପତି ଭାବରେ ବିଜେପି ରାହୁଲ ନରଭେକର ନିର୍ବାଚିତ ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ସହଯୋଗରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ନେତା ରାହୁଲ ନର୍ଭେକର ମହାଭିକାଶ ଆଗାଡ଼ୀ ସରକାରଙ୍କ ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରିଛନ୍ତି। ରାହୁଲ ନରଭକରଙ୍କୁ ୧୬୪ ଭୋଟ୍ ମିଳିଥିବା ବେଳେ ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି।

ବାଚସ୍ପତିଙ୍କ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା କାରଣ ତାଙ୍କ ନେତୃତ୍ୱରେ ସୋମବାର ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ। ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଫ୍ଲୋର ପରୀକ୍ଷା ଜୁଲାଇ ୪ ରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟଯେ, ଏହାପୂର୍ବରୁ, ଶିନ୍ଧେଙ୍କ ବିଦ୍ରୋହ କାରଣରୁ ଶିବସେନା ନେତୃତ୍ତ୍ୱରେ MVA ସରକାରର ପତନ ଘଟିଥିଲା। ପରଦିନ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ଶିବସେନା ବିଧାୟକ ତଥା ସ୍ୱାଧିନ ପ୍ରାର୍ଥୀ ଶନିବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.