ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ର କ୍ୟାବିନେଟ୍ ରେ ବଡ଼ ନିଷ୍ପତ୍ତି ବଦଳିଲା ୩ ସ୍ଥାନର ନାମ। ଔରଙ୍ଗାବାଦର ନାମ ସମ୍ୱାଜି ନଗର ଏବଂ ଓସମାନାବାଦକୁ ଧରାଶିଭ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନଭି ମୁମ୍ବାଇ ବିମାନବନ୍ଦରର ନାମକୁ ପରିବର୍ତ୍ତନ କରି ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ରଖାଯିବ।








