Home କେନ୍ଦ୍ରାପଡ଼ା ମହାରାଷ୍ଟ୍ରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ପିତାର ନିବେଦନ

ମହାରାଷ୍ଟ୍ରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ପିତାର ନିବେଦନ

279

କେନ୍ଦ୍ରାପଡା ୯/୫ (ଓଡ଼ିଆ ପୁଅ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମର ବିଜୟ କୁମାର ବେହେରା ଶନିବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି ଯେ ତାଙ୍କର ଏକମାତ୍ର ପୁଅ ହିମାଂଶୁ ଶେଖର ବେହେରା ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦସ୍ଥିତ ଏକ ଘରୋଇ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ତାଙ୍କ ପୁଅ ସେଠାରେ କୋଭିଡ-୧୯ ଲକଡାଉନ ଯୋଗୁଁ ବହୁ କଷ୍ଟରେ ଅଛନ୍ତି। ସେଠାରେ ପୁଅକୁ କୈାଣସି ସରକାରୀ ସହାୟତା ମିଳିନଥିବା ବେଳେ ସେ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛି। ତାଙ୍କ ପୁଅ ସେଠାରେ ଘରକୁ ଫେରିବାକୁ ପଞ୍ଜିକରଣ କରିଥିବା ବେଳେ ତାଙ୍କ ବାପା ବିଜୟ ମଧ୍ୟ ବଗଡା ପଂଚାୟତରେ ପଞ୍ଜିକରଣ କରିଛନ୍ତି। ତେଣୁ ତାଙ୍କର ଏକମାତ୍ର ପୁଅକୁ ଗ୍ରାମକୁ ଫେରାଇ ଆଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଥିଲେ।
/ଚିତ୍ତରଞ୍ଜନ ଦାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.