Home ଜିଲ୍ଲା ପରିକ୍ରମା ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ର୍ରିକେଟ

ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ର୍ରିକେଟ

8

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଳବାଇ ପଡ଼ିଆରେ ଚାଲିଥିବା ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ୩ୟ ଦିନରେ ୨ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚଟି ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ଓ ଯାଜପୁରର ଇଲେଭେନ୍ ଷ୍ଟାର ମଧ୍ୟରେ ଖେଳା ଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି କଟକର ଜୁଭେନାଇଲ ଓ ରାଇଜିଂ ଷ୍ଟୁଡେଂଟ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମ ମ୍ୟାଚରେ ରେଳବାଇ ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଇଜିଂ ଷ୍ଟୁଡେଂଟ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ଯାଜପୁର ଦଳ ଟସ୍ ଜିତି ଫିଲ୍ଡିଂ କରିଥିଲା। ରେଳବାଇ ଦଳ ବ୍ୟାଟିଂ କରି ୧୭.୫ ଓଭରରେ ୧୧୭ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଥିଲେ। ଦଳର ଜ୍ୟୋତିରୟ୍‌ଜନ ମହାରଣା ୩୦ ରନ କରିଥିବା ବେଳେ ସଞ୍ଜିତ ଚୌଧୁରୀ ୨୨ ରନ କରିଥିଲେ। ଯାଜପୁର ପକ୍ଷରୁ ବାମନ ଶର୍ମା ୩ଟି ଏବଂ ଦିବ୍ୟଜ୍ୟୋତି ଦାସ ୩ଟି ଉଇକେଟ ନେଇଥିଲେ। ୧୧୮ରନକୁ ପିଛା କରି ଯାଜପୁର ଦଳ ବ୍ୟାଟିଂ କରି ୨୦ ଓଭରରେ ୧୧୩ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଥିଲେ। ଯାଜପୁର ପକ୍ଷରୁ ଶୁଭ୍ର ଆର୍‌. ରାଉତ ୩୧ ରନ କରିଥିବା ବେଳେ ରେଳବାଇ ପକ୍ଷରୁ ସଞ୍ଜିତ ଚୌଧୁରୀ ୩ଟି ଓ ନିହାର ଭୁୟାଁ ୨ଟି ଉଇକେଟ ନେଇଥିଲେ। ଦଳ ୪ ରନରେ ବିଜୟୀ ହୋଇଥିବା ବେଳେ ସଞ୍ଜିତ ଚୌଧୁରୀ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅନ୍ୟ ପକ୍ଷରେ ଦ୍ୱିତୀୟ ମ୍ୟାଚରେ ଜୁଭେନାଇଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୧୮ ଓଭରରେ ୬ ଉଇକେଟ ହରାଇ ୧୩୮ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସାଇଦୀପ ମହାପାତ୍ର ୫୮ ଓ ମହମ୍ମଦ ସୋଏବ ଖାଁ ୩୭ ରନ କରିଥିଲେ। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ୧୩୯ରନ ପିଛା କରି ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଂଟ ଦଳ ମାତ୍ର ୨ଟି ବଲ ପୂର୍ବରୁ ୧୭.୪ ଓଭରରେ ୬ ଉଇକେଟ ହରାଇ ଏକ ଚିତାକର୍ଷକ ବିଜୟ ହାସଲ କରିଥିଲା। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ଆଦିତ୍ୟ ରାଉତ ୬୮ ଏବଂ ଓମ୍‌ପ୍ରକାଶ ସାହୁ ୨୨ ରନ କରିଥିଲେ। ଜୁଭେନାଇଲ ଦଳ ପକ୍ଷରୁ ସୁମିତ ଶର୍ମା ଓ ପ୍ରିୟାଂଶୁ ମହାନ୍ତି ଉଭୟେ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଆଦିତ୍ୟ ରାଉତ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.