Home ଜିଲ୍ଲା ପରିକ୍ରମା ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ, ଯାଜପୁର ଏକାଦଶ ଓ ରାଇଜିଂ ଷ୍ଟୁଡେଂଟ ବିଜୟୀ

ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ, ଯାଜପୁର ଏକାଦଶ ଓ ରାଇଜିଂ ଷ୍ଟୁଡେଂଟ ବିଜୟୀ

3

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଳବାଇ ପଡ଼ିଆରେ ଚାଲିଥିବା ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଦ୍ୱିତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚରେ ଯାଜପୁର ଏକାଦଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଂଟ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ ଭଦ୍ରକର ସୂର୍ଯ୍ୟଶିଖା କ୍ଲବ ଏବଂ ଯାଜପୁର ଏକାଦଶ ମଧ୍ୟରେ ଖେଳା ଯାଇଥିଲା। ସୂର୍ଯ୍ୟଶିଖା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୧୮.୩ ଓଭରରେ ମାତ୍ର ୭୩ ରନ କରି ଅଲ୍ ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଶୁଭମ ନାୟକ ୧୯ ଏବଂ ରାଘବେନ୍ଦ୍ର ତ୍ରିପାଠୀ ୧୭ ରନ କରିଥିବା ବେଳ ଯାଜପୁର ପକ୍ଷରୁ ବାମନ ଶର୍ମା ୪ଟି ଏବଂ ଦିବ୍ୟଜ୍ୟୋତି ଦାସ ୨ଟି ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ଯାଜପୁର ଦଳ ୧୨.୫ ଓଭରରେ ୩ଟି ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ସ୍ୱରାଜ ଚୌଧୁରୀ ୪୫ ଏବଂ ଶୁଭ୍ର ରଞ୍ଜନ ରାଉତ ୧୬ ରନ କରି ଦଳକୁ ବିଜୟୀ କରାଇଥିଲେ। ସୂର୍ଯ୍ୟଶିଖା ପକ୍ଷରୁ ସାଇ ପ୍ରସାଦ ଆଚାର୍ଯ୍ୟ ୩ଟି ଉଇକେଟ ନେଇଥିଲେ। ଦିବସର ଦ୍ୱିତୀୟ ମ୍ୟାଚ କଟକର ରାଇଜିଂ ଷ୍ଟୁଡେଂଟ ଏବଂ ଇଉନିକ୍ ଏକାଦଶ କେନ୍ଦୁଝର ମଧ୍ୟରେ ଖେଳା ଯାଇଥିଲା। ରାଇଜିଂ ଷ୍ଟୁଡେଂଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୩ ରନ କରିଥିଲା। ଦଳ ପକ୍ଷରୁ ଆଦିତ୍ୟ ରାଉତ ୬୯ ଏବଂ ବିପ୍ଳବ ସାମନ୍ତରାୟ ୨୯ ରନ କରିଥିଲେ। କେନ୍ଦୁଝର ପକ୍ଷରୁ ମାରି ଲୋକନାଥ ୨ଟି ଉଇକେଟ ନେଇଥିଲେ। ୧୭୪ରନକୁ ପିଛା କରି ବ୍ୟାଟିଂ କରିଥିବା କେନ୍ଦୁଝର ଇଉନିକ୍ ଏକାଦଶ ମାତ୍ର ୧୪.୨ ଓଭରରେ ୧୦୦ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇ ପରାଜୟ ବରଣ କରିଥିଲେ। ଦଳ ପକ୍ଷରୁ ଏକା ସୟଦ୍ ଇଜ୍‌ହାରୁଦ୍ଦିନ ଲଢ଼ୁଆ ୫୬ ରନ କରିଥିଲେ। ପ୍ରତିପକ୍ଷର ଶୁଭମ ନାୟକ ୪ଟି ଓ ବିପ୍ଳବ ସାମନ୍ତରାୟ ୩ଟି ଉଇକେଟ ନେଇଥିଲେ। ପ୍ରଥମ ମ୍ୟାଚରେ ବାମନ ଶର୍ମା ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବିପ୍ଳବ ସାମନ୍ତରାୟ ମ୍ୟାନ ଅଫ୍ ଦିମ୍ୟାଚ ବିବେଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.