ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଇଁ ସୋମବାର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଉତ୍ସବ ମୁଖର। ପୀଠରେ ପ୍ରଚଳିତ ନୂଆ ବିରଜା ପାଞ୍ଜି ଆଜିଠାରୁ ଆରମ୍ଭ ହେଉଥିବା ବେଳେ ବୈଶାଖ୍ୟ ମାସର ପ୍ରଥମ ସୋମବାର ପାଳନ କରାଯାଇଥିଲା। ତାହାସହ ମନ୍ଦିରର ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ଏକମାସଧରି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ବା ଜଳଛାୟା ନୀତି ଅନୁଷ୍ଠିତ ଆରମ୍ଭ ହୋଇଛି। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୁଦ୍ରତାପରୁ ମଣିବାବାଙ୍କର ଉପଶମ ନିମନ୍ତେ ହଜାରହଜାର ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଧରି ମଣିବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିଥିଲେ। ଅନ୍ୟପଟେ ହଜାରହଜାର ଭକ୍ତମାନଙ୍କର ଭିଡ ଲାଗିଥିଲା ପୀଠରେ। ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ହେଲେ କମ ସଂଖ୍ୟକ ପୁଲିସ ଓ ମନ୍ଦିର ପ୍ରଶାସନର ଅବ୍ୟବସ୍ଥା ଯୋଗୁ ଦୀର୍ଘ ସମୟ ଧରି ଗୋପାଳ ଭକ୍ତ ଧାଡିରେ ରହିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ମଧ୍ୟାହ୍ନ ନୀତି ଦୀର୍ଘ ୩ଘଂଟା ପରେ କରାଯାଇଥିଲା। ଯାହାକୁ ନେଇ ମନ୍ଦିରର ବରିଷ୍ଠ ସେବାୟତ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଚଳିତବର୍ଷ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଦିଅଁଙ୍କ ନୀତିରେ ବିଳମ୍ବ ଦେଖାଦେଇଛି। ଯାହାକି ଆଗାମୀଦିନରେ ଏପରି ହେଲେ ଦୃଢ ପ୍ରତିବାଦ କରାଯିବ। ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅଧିକ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ନାକେଦମ ହୋଇ ପଡିଥିଲେ। ଅନ୍ୟପଟେ ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତର୍ନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ପଣାଭୋଗଲାଗି ଲାଗି ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇ ଜଳଲାଗି ଆରମ୍ଭ ହୋଇଥିଲା।
Home ଜିଲ୍ଲା ପରିକ୍ରମା ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାରହଜାର ଭକ୍ତ, ମନ୍ଦିର ପ୍ରଶାସନର ଅବ୍ୟବସ୍ଥା ପାଇଁ ମଧ୍ୟାହ୍ନ...