ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗୁଣବତା ଓ ଦକ୍ଷତାର ନିରନ୍ତର ଉନ୍ନତି ସକାଶେ ‘ନାକ୍’ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଭ୍ୟନ୍ତର ଗୁଣବତା ନିଶ୍ଚିତକରଣ କେନ୍ଦ୍ର (ଆଇ.କ୍ୟୁ.ଏ.ସି.) ରହିବା ଜରୁରୀ । ଆଜି ପୂର୍ବାହ୍ନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଇ.କ୍ୟୁ.ଏ.ସି. ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସେଂଯାଜକ ଡ. ଦିନେଶଚନ୍ଦ୍ର ଦାଶଙ୍କ ସହିତ ସଦସ୍ୟ ଡ. ସ୍ମିତା ସାହୁ, ଡ. କମଳାକାନ୍ତ ଜେନା, ଡ. ଅନୁନ୍ଧତୀ ମହାନ୍ତି, ଡ. ପଦ୍ମନାଭ ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସ୍ୱପ୍ନା ସରିତା ମହାପାତ୍ର ଓ ଡ. ସ୍ମରଣିକା ପରିଡା ଉପସ୍ଥିତ ରହି ଚଳିତ ଶିକ୍ଷାବର୍ଷରେ ହୋଇଥବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗରେ ରହିଥିବା ଆଭ୍ୟନ୍ତରୀଣ ଅସୁବିଧାର ସମାଧାନ ବିଷୟରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଆଗାମୀ ଶିକ୍ଷାବର୍ଷରେ ଗୃହବିଜ୍ଞାନ, ସାମାଜିକ ବିଜ୍ଞାନ ଓ ମନସ୍ତତ୍ୱ ବିଜ୍ଞାନରେ ସ୍ନାତକୋତର, ଭୂଗୋଳରେ ସ୍ନାତକ ବିଭାଗ ଏବଂ କୃତ୍ରିମ ବୁଦ୍ଧିମତା ଉପରେ ପାଠ୍ୟକ୍ରମ ଖୋଲିବା ପାଇଁ ବିହିତ ପଦକ୍ଷେପ ନିଆଯିବ । ବିଭିନ୍ନ ବିଭାଗ ସେମାନଙ୍କର ବାର୍ଷିକ ବିବରଣୀ ପ୍ରସ୍ତୁତ କରିବା ପରେ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରସ୍ତୁତ କରାଯିବ । ଶେଷରେ ଜଣେ ଅବିଭାବକ ଓ ଜଣେ ଛାତ୍ରଙ୍କ ସମେତ ଡକ୍ଝର ସନ୍ତୋଷ କୁମାର ସେଠୀଙ୍କୁ ନୂତନ ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା ।








