Home ଓଡ଼ିଶା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଦାନ

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଦାନ

58

ପୁରୀ, ୨୯। ୧୨ (ଓଡ଼ିଆ ପୁଅ) ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଶ୍ରୀ ସୁବ୍ରତ ରଥ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମୋଟ ୭ କେଜି ୬୬୨ ମିଲି ଗ୍ରାମ ଓଜନର ୩ ଗୋଟି ରୁପା ଗରା, ୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଛନ୍ତି।

ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରେମୀ ହିସାବରେ ଶ୍ରୀ ସୁବ୍ରତ ରଥଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ଉନୟନ ପ୍ରଶାସକ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.