ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେମୁଣା ନବମାତୃକା ପୂଜା କମିଟି ଦ୍ୱାରା ବାଲେଶ୍ୱର ସହରର ବ୍ରିଟ କଲ୍ୟାଣ ମଣ୍ଡପରେ ଆଗାମୀ ୧ ଅକ୍ଟୋବର ମହାନବମୀ ତିଥିରେ ଗରିୟସୀ ମହିୟସୀ ନଅଜଣ ମାଆଙ୍କୁ ପୂଜା କରାଯିବ ବୋଲି ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ଜଣାଇଛନ୍ତି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମାଆମାନେ ଯଥାକ୍ରମେ ସରସ୍ୱତୀ ଦାସ, ବାଲିଆ, ବାଲେଶ୍ୱର (ପ୍ରେରଣାଦାୟିନୀ ମାଆ) ବାସନ୍ତୀ ଦାସ ଭୋଗରାଇ, ବାଲେଶ୍ୱର (ସୁଗୃହିଣୀ ମାଆ) ବନଲତା ଜେନା ବାସୁଦେବପୁର, ଭଦ୍ରକ (ସଂଗ୍ରାମୀ ମାଆ) ସୁବାସିନୀ ବେହେରା ଉଦଳା, ମୟୂରଭଞ୍ଜ (ସମାଜସେବୀ ମାଆ) ଡ କଳ୍ପନା ମହାନ୍ତି ହରିଚନ୍ଦନ ପୁର, କେନ୍ଦୁଝର (ସାହିତ୍ୟିକା ମାଆ) ଡା ଭାରତୀ ବେହେରା କେନ୍ଦୁଝର (ଚିକିତ୍ସାକା ମାଆ) ଡ ରାଧାରାଣୀ ମହାପାତ୍ର ଭଦ୍ରକ (ଅଧ୍ୟାପିକା ମାଆ) ଶୈଳବାଳା ପାଣିଗ୍ରାହୀ ସୋର, ବାଲେଶ୍ୱର (ଯୋଗଗୁରୁ ମାଆ) ଗୋଲାପ ରାଣୀ ରାଉତ ଖୁଂଟା, ମୟୂରଭଞ୍ଜ ( ପ୍ରକୃତି ମାଆ) ଭାବରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯଥାବିଧି ପୂଜାର୍ଚ୍ଚନା କରାଯିବ। ଅଭିନବ ନବମାତୃକା ପୂଜାରେ ମୋ ମାଆ ହିଁ ଦୁର୍ଗା ମାଆ ଭାବରେ ପ୍ରତୀତାତ୍ମକ ରୂପେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ କ୍ଷେତ୍ରରେ ୬୫ ବର୍ଷର ଊର୍ଦ୍ଧ୍ୱ ନଅ ଜଣ ମାଆଙ୍କୁ ଶାରଦୀୟ ମହାଳୟାରୁ ମହାନବମୀ ତିଥି ମଧ୍ୟରେ ପୂଜା କରାଯାଇ ଆସୁଛି।ଭୁବନେଶ୍ୱର ନବମାତୃକା ପୂଜା କମିଟି ଦ୍ୱାରା ଭୁବନେଶ୍ୱରର ଆର୍ଯ୍ୟ ସମାଜ ପରିସରରେ ରାଜ୍ୟସ୍ତରୀୟ ନବମାତୃକା ପୂଜା ଆୟୋଜନ କରାଯାଉଥିବା ବେଳେ ରେମୁଣା ନବମାତୃକା ପୂଜା କମିଟି ଦ୍ୱାରା ରେମୁଣାରେ ଜିଲ୍ଲା, ବ୍ଳକ, ଏନଏସି ଓ ଜୋନ ସ୍ତରୀୟ ମାଆ ମାନଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି ସାମ୍ପ୍ରତିକ ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବଢିବା ଏକ ସାମାଜିକ ସଂସ୍କାରର ଅବକ୍ଷୟକୁ ବୃଦ୍ଧି କରୁଛି ବୋଲି ପ୍ରତୀୟମାନ ହୁଏ। ସନ୍ତାନ ସନ୍ତତି ଦ୍ୱାରା ବୃଦ୍ଧ ପିତାମାତାଙ୍କ ପ୍ରତି ଅବହେଳା ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ପୂଜା, ପ୍ରଥା, ପରମ୍ପରା, କଳା ଓ ସଂସ୍କୃତି ଊର୍ଦ୍ଧ୍ୱରେ ଏକ ସାମାଜିକ ସଂସ୍କାରର ଆନ୍ଦୋଳନ ରୂପେ ଗ୍ରହଣ କରି ଗତ ୨୦୧୧ରୁ ପ୍ରଥମ କରି ଆରମ୍ଭ ହୋଇଥିବା ଅଭିନବ ନବମାତୃକା ପୂଜା ଧୀରେ ଧୀରେ ସାରା ଓଡ଼ିଶାରେ ପ୍ରଭାବ ପକାଉଛି। କମିଟିର ସଭାପତି ଡ ଭାଗବତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଉପସଭାପତି ଧୀରେନ୍ଦ୍ର ନାଥ ମହାପାତ୍ର, ମେଜର ଗିରିଶ କୁମାର ଷଡଙ୍ଗୀ, କମଳାକାନ୍ତ ଦାସ, ସମ୍ପାଦକ ଶିଳ୍ପୀ କେଶୁଦାସ, କୋଷାଧ୍ୟକ୍ଷ ବିଶ୍ୱଜିତ ଘୋଷ ତଥା ମିଡ଼ିଆ ପ୍ରମୁଖ ସୁଧାକର ସେଠୀ, ସର୍ବେଶ୍ୱର ଜେନା, ପ୍ରଶାନ୍ତ କୁମାର ପଟେଲ, ସକ୍ରିୟ ସଦସ୍ୟ ସଦସ୍ୟା ସୁନାମଣି ଜେନା, ମୀନତି ପାତ୍ର, ପ୍ରଦୀପ ମିଶ୍ର, ମାୟାଧର ପଣ୍ଡା, ଗଣେଶ ପଣ୍ଡା, ଷ୍ଟାଲିନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବନମାତୃକାଙ୍କୁ ସମ୍ବର୍ଦ୍ଧିତ କରିବେ ବରେଣ୍ୟ ଅତିଥି ଗୋବିନ୍ଦ ଚନ୍ଦ୍ର ଦାସ, ସରକାରୀ ଉପମୁଖ୍ୟ ସଚେତକ ଓ ରେମୁଣା ବିଧାୟକ ମାନସ କୁମାର ଦତ ବିଧାୟକ, ସଦର ବାଲେଶ୍ୱର ସୁବାସିନୀ ଜେନା ବିଧାୟିକା, ବସ୍ତା, ଶୋଭନା ମହାନ୍ତି ରାଜ୍ୟ ମହିଳା କମିଶନର ସବୀତା ସାହୁ ଅଧ୍ୟକ୍ଷା, ବାଲେଶ୍ୱର ପୌରସଭା ତନୁଜା ଗିରି ଅଧ୍ୟକ୍ଷା, ରେମୁଣା ବିଜ୍ଞାପିତ ଅଂଚଳ କୁକୁମିନା ଦାସ ସଚିବ, ଫକୀରମୋହନ ବିଶ୍ୱବିଦ୍ୟାଳୟ , ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ମୟୂରଭଞ୍ଜ ରାଜବଂଶର ମହାରାଣୀ ପ୍ରମୁଖ ସ୍ୱୀକୃତି ପ୍ରଦାନ କରିଛନ୍ତି।
Home ଜିଲ୍ଲା ପରିକ୍ରମା ମହାନବମୀରେ ଉତର ଓଡ଼ିଶା ସ୍ତରୀୟ ନବମାତୃକା ପୂଜା ବାଲେଶ୍ୱରରେ, ଭଦ୍ରକରୁ ଆଧ୍ୟାପିକା ଡ ରାଧାରାଣୀ ମହାପାତ୍ରଙ୍କ...








