Home ଜିଲ୍ଲା ପରିକ୍ରମା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ଆମରଣ ଅନଶନ, ୩ଟି କଳା କୃଷି ଆଇନ୍ ବାତିଲ ନହେଲେ...

ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ଆମରଣ ଅନଶନ, ୩ଟି କଳା କୃଷି ଆଇନ୍ ବାତିଲ ନହେଲେ ଆନ୍ଦୋଳନ ବ୍ୟାପକ ହେବ – ସଂଯୁକ୍ତ କୃଷକ ମୋର୍ଚ୍ଚା

65

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଲ୍ଲୀରେ ୬୪ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ କେନ୍ଦ୍ର ସରକାର ଦମନ କରୁଥିବା ନେଇ ଆଜି ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଐତିହାସିକ ମଦିନା ମଇଦାନ ସମ୍ମୁଖରେ ଏକ ଆମରଣ ଅନଶନ ଅନୁଷ୍ଠିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଜନବିରୋଧୀ କୃଷି ଆଇନ୍ ବିରୁଦ୍ଧରେ ଦିଲ୍ଲୀରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ୬୪ ଦିନ ପୂରିଛି। ୧୫୭ ଜଣ କୃଷକ ଯୋଦ୍ଧା ସହଦୀ ହୋଇଛନ୍ତି। ଏହି ଐତିହାସିକ ଚାଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ ବିଜେପି ସାଂସଦ ସନି ଦେଓଲଙ୍କ ପ୍ରଚାର ଦାୟିତ୍ୱରେ ଥିବା ବିଜେପି ନେତା ଦୀପ ସିଦ୍ଧୁଙ୍କୁ ଅସ୍ତ୍ର କରି ଗତ ଜାନୁଆରୀ ୨୬ ସାଧରଣତନ୍ତ୍ର ଦିବସରେ ଲାଲକିଲ୍ଲା ଉପରେ ଶିଖ ଧର୍ମର ପତାକା ଲଗାଇବା ମାଧ୍ୟମରେ କେନ୍ଦ୍ର ସରକାର ଅପଚେଷ୍ଟା କରିଥିଲେ। ଦୀପ ସିଦ୍ଧୁଙ୍କ ସହ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଫାଇଲ୍ ଫଟୋହ ସର୍ବସାଧାରଣରେ ଉନ୍ମୋଚନ ହେବା ପରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପୁଲିସ୍‌କୁ ଲଗାଇ ଐତିହାସିକ ଚାଷୀ ଆନ୍ଦୋଳନକୁ କେନ୍ଦ୍ର ସରକାର ଦମନ କରୁଛନ୍ତି। ଏହା ବିରୁଦ୍ଧରେ ଆଜି ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ଦେଶ ତମାମ ଆମରଣ ଅନଶନ ଅନୁଷ୍ଠିତ ହୋଇଛି। ଏହି ଅନଶନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଯୁବ ନେତା ବିକାଶ ନାଥ, ନାସିରୁଦ୍ଦିନ୍ ଖାନ୍‌, ସେକ୍ ସାଜିଦ୍ ହୁସେନ, ସେକ୍ ସାହିଦ କାଦ୍ରୀ, ବିକ୍ରମ ନାୟକ ପ୍ରମୁଖ ଆମରଣ ଅନଶନରେ ବସିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଜାହିର ଖାନ୍‌, ମହମ୍ମଦ ସାହେବୁର ପ୍ରମୁଖ ଏହି ଅନଶନରେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ଅନଶନ ସ୍ଥାନରେ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ସିଆଇଟିୟୁ ଭଦ୍ରକ ଜିଲା ସଭାପତି ଦିବ୍ୟସିଂହ ନାୟକ, ଆଇନ୍‌ଜୀବୀ ଗିରିଧାରୀ ନାଥ, ଆଇନ୍‌ଜୀବୀ ନୁର ମୋଜାସମ୍ ପ୍ରମୁଖ ପହଞ୍ôଚ ଅନଶନକାରୀଙ୍କୁ ଥଣ୍ଡା ପାନୀୟରେ ଆପ୍ୟାୟିତ କରି ଅନଶନ ଭଙ୍ଗ କରାଇଥିଲେ। ମୋଦି ସରକାର ଆଣିଥିବା ଏହି ୩ଟି କଳା କୃଷି ଆଇନ୍ ବାତିଲ ହେବା ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ଚାଷୀ ଆନ୍ଦୋଳନ ବ୍ୟାପକ କରିବାକୁ ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.