Home ଜିଲ୍ଲା ପରିକ୍ରମା ମହାତ୍ମାଗାନ୍ଧି ବିଚାର ମଂଚ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ଗାନ୍ଧିଜୀ ଓ ଶାସ୍ତ୍ରୀଜୀ...

ମହାତ୍ମାଗାନ୍ଧି ବିଚାର ମଂଚ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ତ୍ୟାଗ, ସେବା, ଦର୍ଶନ ଓ ସତ୍ୟତା ଯୁଗେ ଯୁଗେ ରହିବ

9

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧି ବିଚାର ମଂଚ ଆନୁକୁଲ୍ୟରେ ମହାମାନବ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସକାଳେ ଗାନ୍ଧି ପଡ଼ିଆ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ସଦସ୍ୟମାନେ ମାଲ୍ୟାର୍ପଣ କରି ଦିବା ୧୦ ଘଟିକା ସମୟରେ ଆୟୋଜିତ ସାଧାରଣ ସଭାରେ ସଭାପତି ଶାନ୍ତନୁ କୁମାର ରାଉତଙ୍କ ଅଧ୍ୟକ୍ଷତା କରିଥିଲେ। ସଦସ୍ୟ ବାବୁଲାଲ ଦାସ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ, ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଗାନ୍ଧି ଭଜନ ପରିବେଷଣ, ଅଜୟ କୁମାର ନାୟକଙ୍କ ଦ୍ୱାରା ସ୍ୱାଗତ ଭାଷଣ, ଶଶିକାନ୍ତ ପାଢ଼ୀଙ୍କ ଦ୍ୱାରା ଅତିଥି ପରିଚୟ ପରେ ସାଧାରଣ ସମ୍ପାଦକ ସୁଧାକର ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଉକ୍ତ ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ ସେବା ନିବୃତ ପ୍ରାଧ୍ୟାପିକା ଡଃ ସଂଘମିତ୍ର ମିଶ୍ର, ସେବାନିବୃତ ପ୍ରାଧ୍ୟାପକ ଭାଗବତ ପ୍ରସାଦ ଶୁକ୍ଳ, ଗାନ୍ଧିବାଦୀ ଓ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ଓ ଶିକ୍ଷାବିତ୍ ରାଜକିଶୋର ସାହୁ। ସମାଜସେବୀ ସୀତାକାନ୍ତ ଦାସ, ଆଦର୍ଶ ଶିକ୍ଷକ ତଥା କବି ଜନାବ ସମନ ନସିମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଉଦ୍ଦେଶ୍ୟରେ ଲିଖିତ ମାନପତ୍ର ପାଠ କରିଥିଲେ ବାଦଲ କୁମାର ମହାପାତ୍ର ଓ ଇନ୍ଦ୍ରମଣି ପଣ୍ଡା। ପୌରପାଳିକା ସଫେଇ କର୍ମଚାରୀ ଅରୁଣ କୁମାର ନାୟକ ଓ କାଞ୍ଚନ ନାୟକଙ୍କୁ ସେମାନଙ୍କ ସେବା ପାଇଁ ଆର୍ଥିକ ସହାୟତା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅଧିବକ୍ତା ମନୋରଞ୍ଜନ ଦାସ। ମଧ୍ୟାହ୍ଣରେ ପ୍ରସାଦ ସେବନ ପରେ କବିତା ପାଠଚକ୍ର ଆରମ୍ଭ ହୋଇଥିଲା। ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ମନୋରମା ରାୟ, ସଂଯୁକ୍ତ ବଳନାୟକ। ୨୦ ଜଣ କବି ଓ କବୟିତ୍ରୀ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ବିପ୍ଳବ ହୋତା, ଅଶୋକ ନାୟକ ଓ ସେକ୍ ଦୟାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କରୁଣାକର ଉପାଧ୍ୟାୟ, ଅଜିତ ନାୟକ, ମୁକ୍ତିକାନ୍ତ ମହାପାତ୍ର, କୈଳାଶ ଚନ୍ଦ୍ର ନାୟକ, ଆଦିତ୍ୟ କୁମାର ନାୟକ, ଅଶୋକ କୁମାର ଦାସ, ବୈଲୋଚନ ଦାସ, ବସୁମିତ୍ରା ସାହୁ, ପରମାନନ୍ଦ ସାହୁ, ଚନ୍ଦ୍ରମୋହନ ମହାନ୍ତି ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.