Home ଜିଲ୍ଲା ପରିକ୍ରମା ମହାତ୍ମାଗାନ୍ଧି ଏକ ଅନ୍ତହୀନ ତୃଷ୍ଣା, ମହାତ୍ମାଗାନ୍ଧୀ ବିଚାର ମଂଚ ପକ୍ଷରୁ ଜୟନ୍ତୀ ପାଳିତ

ମହାତ୍ମାଗାନ୍ଧି ଏକ ଅନ୍ତହୀନ ତୃଷ୍ଣା, ମହାତ୍ମାଗାନ୍ଧୀ ବିଚାର ମଂଚ ପକ୍ଷରୁ ଜୟନ୍ତୀ ପାଳିତ

5

ଭଦ୍ରକ, ୪ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମହାମାନବ ମହାତ୍ମାଗାନ୍ଧି ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାତ୍ମା ଗାନ୍ଧୀ ବିଚାରମଂଚ ତରଫରୁ ପାଳିତ ହୋଇଯାଇଛି । ସକାଳ ୮.୩୦ମି ସମୟରେ ଗାନ୍ଧି ପଡ଼ିଆସ୍ଥ ଗାନ୍ଧୀ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଦିବା ୧୦.୩୦ମି ସମୟରେ ଶହୀଦ ସ୍ମୃତି ଭବନରେ ଗାନ୍ଧୀ ବିଚାର ମଂଚର ସଭାପତି ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ମୃତି ସମାରୋହ ପାଳିତ ହୋଇଥିଲା । ସଂଗଠନ ସମ୍ପାଦକ ବାବୁଲାଲ ଦାସ ମଂଚ ଆମନ୍ତ୍ରଣ କରିଥିଲେ । ଗାନ୍ଧି ବାଳାଶ୍ରମର ଅନ୍ତବାସୀମାନେ ଗାନ୍ଧିଭଜନ କରିବେଷଣ କରିଥିଲେ । ମୁଖ୍ୟ ଅତିଥିଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ନିରଞ୍ଜନ ବାରିକ୍ ଓ ମୁଖ୍ୟବକ୍ତା ଭାବେ ପାଳିଆବିନ୍ଧା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ. ବିଶ୍ୱରଂଜନ ଦାସ ଯୋଗ ଦେଇଥିଲେ । ସାହିତ୍ୟ ମନସ୍କ ଓ ଦକ୍ଷ ରାଜନେତା ବିଷ୍ଣୁ ସେଠୀ ସ୍ମୃତି ସମ୍ମାନ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କୁ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଦର୍ଶ ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ବିଶ୍ୱାଳ ସ୍ମୃତି ସମ୍ମାନ ବିଶିଷ୍ଟ ଗାଳ୍ପିକ ଓ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ର: ଶୈଳେନ୍ଦ୍ର କୁମାର ମହାପାତ୍ର ଓ ଅଧ୍ୟାତ୍ମିକ କବିୟତ୍ରୀ କନକଲତା ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଡଃ ଭାଗବତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଡା ଅନିଲ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଅନୁଷ୍ଠାନର ସଂପାଦକ ସୁଧାକର ରାଉତ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ତପସ୍ୱିନୀ ଦାସ, ମୁକ୍ତିକାନ୍ତ ମହାପାତ୍ର ଓ ଭାସ୍କର ଚନ୍ଦ୍ର ନାୟକ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ । ଭଦ୍ରକ ପୌରପାଳିକାର କର୍ତବ୍ୟନିଷ୍ଠ ସଫେଇ କର୍ମଚାରୀ ବିକାଶ ଘଡ଼େଇ ଓ ତୁଳସୀ ଦେଇଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦିତ୍ୟ ନାୟକ, ଉର୍ମିଳା ପାଣିଗ୍ରାହୀ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ହରମୋହନ କୁଅଁର, ବୈଲୋଚନ ବେହୁରିଆ, ବିଚିତ୍ର ମହାନ୍ତି, ଡ଼. ଉତ୍ପଳା ନାୟକ, ପରମାନନ୍ଦ ସାହୁ, ଗୌରାଙ୍ଗ ବାରିକ, ରତିକାନ୍ତ ମହାନ୍ତି, ବିବେକ ମୁଖାର୍ଜୀ, ବସୁମିତ୍ରା ସାହୁ, ଶଶିକାନ୍ତ ପାଢ଼ୀ, ପ୍ରତାପ ଦଳେଇ, ଇନ୍ଦ୍ରମଣି ପଣ୍ଡା, ନିରୋଜ ରଥ, ଅଶୋକ ଦାସ, ଡଃ ରାଧାରାଣୀ ମହାପାତ୍ର, ପ୍ରଭାତ ନଳିନୀ ମହାପାତ୍ର, ରବିନାରାୟଣ ଦାସ, ପଦ୍ମନ କୁମାର ରାୟ, କୈଳାସ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ପଦ୍ମନାଭ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.