Home ଜିଲ୍ଲା ପରିକ୍ରମା ମହରମ୍ ପର୍ବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ମହରମ୍ ପର୍ବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

46

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହରମ୍ ପର୍ବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି, ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ମୁସଲିମ୍ ଜମାତର ସମ୍ପାଦକ ମହରମ ପର୍ବ ପାଳନର କାର୍ଯ୍ୟସୂଚୀ,ଶୋଭାଯାତ୍ରା ଆଦି ସମ୍ବନ୍ଧରେ ବୈଠକରେ ଉପସ୍ଥାପନ ଆଧାରରେ ପ୍ରଶାସନିକ ସହଯୋଗ, ପୋଲିସ୍ ବ୍ୟବସ୍ଥା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସୂଚନା ଯୋଗ୍ୟକି ଜୁଲାଇ ୨୦ ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ପର୍ବ ପାଳନ ନେଇ ସ୍ଥିର କରାଯାଇଛି । ୧୯ ତାରିଖ ସନ୍ଧ୍ୟାରେ ମହରମ୍ ମାସ ଚନ୍ଦ୍ର ଦର୍ଶନ ପର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାହି ଓ ମସ୍‌ଜିଦ୍‌ମାନଙ୍କରେ ସନ୍ଧ୍ୟା ୭ ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାର୍ଥନା ସଭା, କରବଲା ବିବରଣୀ ପାଠ ଆଦି କରାଯିବ ।

୨୫ କିମ୍ବା ୨୬ ଜୁଲାଇରେ ଦିବା ୧୧ ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ମିର୍ଜାପୁର, ନଙ୍ଗାମହଲା, ସାନ ଶଙ୍କରପୁର, ଦର୍ଜିପଟି ଠାରେ ସ୍ୱତନ୍ତ୍ର ଫାତେହା ଏବଂ ଭୋଗ ବିତରଣ କାର୍ଯ୍ୟକ୍ରମ କରାଯିବ । ୨୭ କିମ୍ବା ୨୮ରେ ଦିବା ୩ଟାରୁ ସନ୍ଧ୍ୟା ୭ଟା ଯାଏ କେତେକ ବସ୍ତି ଶୋଭାଯାତ୍ରାରେ ବାହାରି ଭୋଗ ଲାଗି ପାଇଁ ସରକାର ନଗର ଯିବେ । ୨୮ କିମ୍ବା ୨୯ରେ ଅହରାହ୍ନ ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପୁରୁଣା ବଜାର-ବାଙ୍କା ବଜାର ରାସ୍ତାରେ ୨୮ଟି ତାଜିଆ ଶଙ୍କରପୁର ଚନ୍ଦନବଜାର ରାସ୍ତାରେ ୭ଟି ତାଜିଆ, କଚେରୀ-ନଙ୍ଗାମହଲା-କୁଆଁସ ରାସ୍ତାରେ ୬ଟି ତାଜିଆ ଶୋଭାଯାତ୍ରାରେ ସାମିଲ ହେବ ଓ ଧର୍ମସଭା ଅନୁଷ୍ଠିତ ହେବା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଏହି ଶୋଭାଯାତ୍ରା ପାଇଁ ଆବଶ୍ୟକ ହେଉଥିବା ରାସ୍ତା ମରାମତି, ଗଛ ଡ଼ାଲ କଟାଯିବା, ବିଦ୍ୟୁତ ତାର ଟେକାଯିବା ଆଦି ଆବଶ୍ୟକୀୟ ପଦକ୍ଷେପ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ଶୋଭାଯାତ୍ରା ଆରମ୍ଭ କରାଯିବା, ତାଜିଆକୁ ବହୁତ ଉଚ୍ଚ ନକରିବା, ନିୟମ ମୁତାବକ ଡାକବାଜି ଶବ୍ଦର ମାତ୍ରା ବ୍ୟବହାର କରାଯିବା, ଶୋଭାଯାତ୍ରା ପଥରେ ଭାରୀ ଯାନ ଚଳାଚଳ ନିଷେଦ୍ଧ ରହିବା ଆଦି ଦିଗରେ ପଦକ୍ଷେପ ନିଆଯିବା ସହିତ ପୂର୍ବ ବର୍ଷ ପରି ପୋଲିସ୍ ମୂତୟନ କରାଯିବା ନେଇ ଏସ୍‌.ପି. ପ୍ରକାଶ କରିଥିଲେ । ଭାଇଚାରାର ପର୍ବ ମହରମ୍ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ବୋଲି ବୈଠକରେ ଉପସ୍ଥିତ ହିନ୍ଦୁ ସୁରକ୍ଷା ସମିତି ଓ ମୁସଲିମ୍ ଜମାତ୍‌ର କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟମାନେ ପ୍ରକାଶ କରିଥିଲେ । ସଂପୃକ୍ତ ପୋଲିସ୍ ଓ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.