Home ଜିଲ୍ଲା ପରିକ୍ରମା ମହମ୍ମଦ ହନିଫ୍‌ଙ୍କ ୫୭ତମ ପୂଣ୍ୟତିଥି ପାଇଁ ପ୍ରସ୍ତୁତି ବୈଠକ

ମହମ୍ମଦ ହନିଫ୍‌ଙ୍କ ୫୭ତମ ପୂଣ୍ୟତିଥି ପାଇଁ ପ୍ରସ୍ତୁତି ବୈଠକ

6

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସଦସ୍ୟ ମହମ୍ମଦ ହନିଫ୍‌ଙ୍କ ୫୭ତମ ଶ୍ରାଦ୍ଧ ଦିବସ ପାଳନ ନିମନ୍ତେ ପୁରୁଣାବଜାର ହନିଫ୍ ମେମୋରିଆଲ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେକ୍ ତାଜନ ଏବଂ ଅବଦୁଲ୍ ଦୟାନ୍ ଜିଆଙ୍କ ସଂଯୋଜନାରେ ଅନୁନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଭଦ୍ରକର ଏହି ବରପୁତ୍ରଙ୍କୁ କପରି ଭାବେ ଉପଯୁକ୍ତ ସମ୍ମାନ ଦିଆଯିବ, ସେ ଦିଗରେ ସମସ୍ତ ଭଦ୍ରକବାସୀ ଯତ୍ନବାନ୍ ହେବାକୁ ସ୍ମୃତି କମିଟିର ସଭାପତିର ସଭାପତି ଅଜୟ ନାୟକ ମତ ପ୍ରକଟ କରିଥିଲେ। ସ୍ମୃତି କମିଟିର ସମ୍ପାଦକ ଅନ୍ୱର ହୋସେନଙ୍କ ପ୍ରସ୍ତାବକୁ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଆଗଲା ଯେ, ଉକ୍ତ ଦିବସ ତଥା ଆଗାମି ୬ ତାରିଖ ସକାଳ ୮ଟା ୩୦ ସମୟରେ ପୁରୁଣାବଜାର ସ୍ଥିତ ନାରାୟଣ ଚନ୍ଦ୍ର ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରାରେ ସାଧାରଣ ଜନତା, ସ୍ମୃତି କମିଟିର ସଦସ୍ୟସଦସ୍ୟା ଏବଂ ବୁଦ୍ଧିଜୀବୀ ଗଣ ମହମ୍ମଦ ହନିଫ୍‌ଙ୍କ ସମାଧି ପୀଠକୁ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ପରେ ସ୍ମୃତିସଭା ମାଧ୍ୟମରେ ତାଙ୍କର ସ୍ମୃତି ଚାରଣ କରାଯିବାର କାର୍ଯ୍ୟକ୍ରମର ନିଷ୍ପତି ହୋଇଥିବା ଶ୍ରୀ ନାୟକ ପ୍ରକାଶ କରି ସମସ୍ତ ଜନ ସାଧାରଣ ଉକ୍ତ ସଭାରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଏହି ବୈଠକରେ ମହମ୍ମଦ ଫାରୁକ୍‌, ମହମ୍ମଦ ମୋକିବ୍ ଖାଁ, ଅବଦୁଲ କାଶିମ୍ ଖାଁ, ମୁସ୍ତାକ ଗହ୍ୱର, ମୀର ଇଜାଜ୍ ବେଗ୍‌, ଜାହିର ଖାଁ, ବିକ୍ରମ କେଶରୀ ଦାସ, ସୁଶାନ୍ତ ମହାପାତ୍ର, ସୁଧାକର ରାଉତ ପ୍ରମୁଖ ଆଲୋଚନାରେ ମତାମତ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.