ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ଠାରେ ଶାନ୍ତି ସଦଭାବନା ନିମନ୍ତେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଭଦ୍ରକ ଚଉଦା ମହଲା ମୁସଲିମ୍ ଜମାତର ପୂର୍ବତନ ସଭାପତି ମହମ୍ମଦ ଅବଦୁଲ୍ ବାରି(ବାରି ବାବୁ) ଙ୍କ ୩୯ ଦିନ କ୍ରିୟାକର୍ମ ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦାନ କରି ବାରି ବାବୁଙ୍କ ସମାଧି ସ୍ଥଳରେ ପହଂଚି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଭଦ୍ରକ ଚଉଦା ମହଲା ମୁସଲିମ୍ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା, ବିଜୁ ଜନତା ଦଳର ପୂର୍ବତନ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା , ପୌରପାଳିକା ୱାର୍ଡ ନମ୍ବର ୫ ର ପାରିଷଦ ଦିଲ୍ଲୀପ ନାୟକ, ୱାର୍ଡ ନମ୍ବର ୧୪ ର ପାରିଷଦ ଯାହିରୁଦ୍ଧୀନ ଖାନ, ୱାର୍ଡ ନମ୍ବର ୧୦ ର ପାରିଷଦଙ୍କ ପ୍ରତିନିଧି ପଙ୍କଜ ବଳ, ଭଦ୍ରକ ପୌରାଧ୍ୟକ୍ଷା ଙ୍କ ପ୍ରତିନିଧି ଯାହିଦ୍ ହବିବ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ମହେବୁବ ଖାନ, ନସିରୁଦ୍ଧିନ ଖାନ, ଦେବାଶିଷ ଭାରତୀଙ୍କ ସମେତ ସ୍ଥାନୀୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।







