ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଭାଷା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଡ.ହରେକୃଷ ମହତାବ ସ୍ମୃତି ସଂଗ୍ରାହାଳୟ ପ୍ରତିଷ୍ଠା ନେଇ ଆଜି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଭୁବନେଶ୍ୱରରୁ ଶିଳାନ୍ୟାସ କରିଥିଲେ । ବରପୁତ୍ର ଏ୍ୟୌତିହ୍ୟ ଗ୍ରାମ୍ୟ ଯୋଜନାରେ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡାକୁ ଏହି ମାନ୍ୟତା ମିଳିବା ପରେ ଅଚଂଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏନେଇ ଆଜି ଭଦ୍ରକ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡା ଠାରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରା ଯାଇଥିଲା । ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଚଂ ସଂଯୋଜନା କରି କହିଲେ ଦିନ ଥିଲା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଅଚଂଳବାସୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ରାଜ୍ୟରେ ନୂତନ ସରକାର ଗଠନ ପରେ ବରପୁତ୍ରଙ୍କୁ ସମ୍ମାନ ଦେବାକୁ ଯାଇ ଏ୍ୟୌତିହ୍ୟ ଗ୍ରାମ୍ୟ ମାନ୍ୟତା ବିଜେପି ସରକାରର ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଥିଲେ । ସଭାରେ ଉଦ୍ଘାଟକ ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ୍ ରାଉତରାୟ ତାଙ୍କ ବକ୍ତବ୍ୟରେ ୫ଟି ଖମ୍ଭ ଉପରେ ଜିଲ୍ଲାର ବିକାଶର ଧାରା ଆଗଉଥୁବା ବେଳେ ଆଗରପଡାକୁ ଏ୍ୟୌତିହ୍ୟ ଗ୍ରାମ୍ୟ ମାନ୍ୟତା ଶୁଭ ସଙ୍କେତ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ଡ.ସୁଧାଶୁଂ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ଆଜି ଓଡିଶା ପାଇଁ ଏ୍ୟୌତିହାସିକ ଦିନ ହୋଇଥିବା ବେଳେ ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ସଂକଳ୍ପ କୁ ବିଜେପି ପ୍ରତିଶୃତି ମୁତାବକ ପୂରଣ କରିବା ଦିଗରେ ଅଗ୍ରସର ହେଉଛି, ଅଚଂଳବାସୀଙ୍କ ଅନେକ ଦିନର ଦାବୀକୁ ରାଜ୍ୟ ସରକାର ପୂରଣ କରିବାକୁ ଯାଇ ଏଠାରେ ମହତାବଙ୍କ ପ୍ରତିମୂର୍ତି, ସ୍ମୃତି ସଂଗ୍ରାହଳୟ,ପାଠାଗାର, ପାର୍କ ଆଦି ନିର୍ମାଣ କରିବାକୁ ଯାଉଛନ୍ତି ଯାହା ଅଗାମୀ ସୂରୀ ମାନଙ୍କୁ ନୂତନ ଦିଗ ଦେଖାଇବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ବନ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ତହସିଲଦାର ସାରା ହେମ୍ବ୍ରମ୍ , ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ଜିଲ୍ଲା ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ବିଜୟାନନ୍ଦ କର, ସୂଚନା ବିଭାଗ କେନ୍ଦ୍ର ଅଧିକାରୀ ବିଜୟ କୁମାର, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, ଅସୀମା ନାୟକ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ଆଇନଜିବୀ ମନୋଜ ରାୟ, ରଞ୍ଜନ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ । ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶୃତି ଆୟୁଷ୍ମାନ କାର୍ଡ, ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା, କିଷାନ୍ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ଦିଗରେ ମତ ରଖିଥିଲେ । ସରକାରୀ ଭାବେ ଏହାକୁ ଆୟୋଜନ କରାଯାଇଥିବା ବେଳେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସମେତ ଏହି ଜୋନ୍ ଅର୍ନ୍ତଗତ ୯ ଗୋଟି ପଚାଂୟତର ହଜାରେ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ସାମିଲ୍ ଥିଲେ । ଯୁବନେତା ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା,ଚିନ୍ମୟ ମହାପାତ୍ର, ବୁଟୁ ପାଢୀ, ଗୌତମ ନାୟକ, ପ୍ରଦୀପ ପୁହାଣ,ଜୟକୃଷ୍ଣ ସାହୁ,ଧିବର ସାମଲ୍, ପ୍ରତାପ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି ,ଶୁଭେନ୍ଦୁ ବେହେରା,ବାବୁରାମ୍ ବେହେରା, ସୁବାଷ ପଣ୍ଡା, ପ୍ରତିମା ସାହୁ, ସାବିତ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦୂରଦର୍ଶନର ସୁ ଗାୟିକା ଶିକ୍ଷୟିତ୍ରୀ ଅମିତା ଦକ୍ଷୀଣ ରାୟ,ପ୍ରୀତିରେଖା ସାହୁ ଓ ମନ୍ଦାକିନୀ ସିଂହ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ।
Home ଜିଲ୍ଲା ପରିକ୍ରମା ମହତାବଙ୍କ ମାଟିକୁ ଏ୍ୟୌତିହ୍ୟ ଗ୍ରାମ୍ୟ ମାନ୍ୟତା,ପ୍ରଧାନମନ୍ତ୍ରୀଙ୍କ ଘୋଷଣା,ଅଚଂଳରେ ଖୁସିର ମାହୋଲ








