Home ଓଡ଼ିଶା ମହଙ୍ଗା ପଡିଲା ସଟର ବନ୍ଦକରି ଭିତରେ ବ୍ୟବସାୟ, ଏକ ଲକ୍ଷ ଟଙ୍କା ଜରିମାନା ସହ ୧୫...

ମହଙ୍ଗା ପଡିଲା ସଟର ବନ୍ଦକରି ଭିତରେ ବ୍ୟବସାୟ, ଏକ ଲକ୍ଷ ଟଙ୍କା ଜରିମାନା ସହ ୧୫ ଦିନ ସିଲ୍ , ୩ ଗିରଫ

144

ଭଦ୍ରକ, ୧୭/୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) -ଲକଡାଉନ ସମୟରେ ଦୋକାନ ଭିତରେ ଗ୍ରାହକ ବାହାରେ ସଟର ବନ୍ଦ କରିବା ମହଙ୍ଗା ପଡିଛି ୩ କର୍ମଚାରୀ ଗିରଫ ସହ ମାଲିକ ନାମରେ ଥାନାରେ ମାମଲା ରୁଜୁ।ସୂଚନା ଅନୂଯାୟୀ ବୁଧବାର ଅପରାହ୍ନ ୪.୩୦ ସମୟରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁରରେ ବାସନ୍ତୀ ଦୂର୍ଗା ସପିଂମଲ ଖୋଲାଥିବାର ଖବର ପାଇ ବାସୁଦେବପୁର ତହସିଲଦାର ପହଁଚିଥିଲେ।ଦୋକାନର ମାଲିକ ଶକ୍ତିପଦ ମଣ୍ତଳ ଦୋକାନର ମୂଖ୍ୟ ଦ୍ୱାର ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ।ଦୀର୍ଘ ୨ଘଣ୍ଟା ପରେ ନାୟକାଣିଡିହି ଥାନାର କର୍ମଚାରୀଙ୍କ ଅନୂରୋଧ କ୍ରମେ ଦୋକାନର କର୍ମଚାରୀ ଦୋକାନ ଖୋଲିଥିଲେ।ଏକ ୭ବର୍ଷର ଶିଶୁ ସମେତ ୩ଜଣ ଗ୍ରାହକଙ୍କୁ ଏକ ଟ୍ରାଏଲ ରୁମରେ ଶ୍ୱାଷ ରୁଦ୍ଧ କରିରଖିବା ସହ କୋଭିଡ୍ ନିୟମକୁ ଫାଙ୍କିବା ଏବଂ ଥାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ନାୟକାଣିଡିହି ଥାନାରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିବା ସହ ଏକ ଲକ୍ଷ ଟଙ୍କା ଜରିମନା ସହ ୧୫ ଦିନ ପାଇଁ ଦୋକାନ ସିଲ୍ କରିଛନ୍ତି।ନାୟକାଣିଡିହି ପୋଲିସ ଏକ ମାମଲା ରୁଜୁ କରି ବଳରାମ ଯେନା, ଶୁକଦେବ ଦାସ, ସ୍ମିତାରାଣୀ ଦାସ ୩ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ମାଲିକ ଶକ୍ତିପଦ ମଣ୍ତଳ ଫେରାର ଥିବା ଥାନାଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.