Home ଜିଲ୍ଲା ପରିକ୍ରମା ମହଙ୍ଗା ପଡିଲା ବିନା ହେଲମେଟ୍ ସହ ମୋବାଇଲ୍ ଗପି ଗାଡି ଚଲାଇବା

ମହଙ୍ଗା ପଡିଲା ବିନା ହେଲମେଟ୍ ସହ ମୋବାଇଲ୍ ଗପି ଗାଡି ଚଲାଇବା

45

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇକ୍ ଚଲାଇବାବେଳେ ମୋବାଇଲ୍‌ରେ କଥାହେବା ମହଙ୍ଗା ପଡିଲା ଜଣେ ଯୁବକକୁ । ପୁଲିସ୍ ଚାଳକକୁ ଫାଇନ୍ କଲା ୬ ହଜାର । ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡେଇଙ୍କ ସୂଚନାରୁ ଜଣାପଡିଛି ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ସହରର ବନ୍ତଛକ ନିକଟରେ ଗାଡି ତନଖି କରୁଥିବାବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ୍ ଚଳାଉଥିବାବେଳେ ମୋବାଇଲ୍‌ରେ କଥାହୋଇ ଆସୁଥିଲେ । ଏହାଦେଖି ପୁଲିସ୍ ତାଙ୍କୁ ଅଟକାଇ ନିୟନ ଉଲ୍ଲଙ୍ଘନ ପାଇଁ ୧୮୪ (ସି) ରେ ଗାଡି ଚଳାଇବାବେଳେ ମୋବାଇଲ୍‌ରେ କଥା ହେଉଥିବା ଯୋଗୁଁ ୫ ହଜାର ଓ ୧୯୪ (ଡି) ରେ ବିନା ହେଲମେଟ୍‌ରେ ଗାଡି ଚାଳନା ପାଇଁ ୧ ହଜାର ଟଙ୍କା ହିସାବରେ ମୋଟ ୬ ହଜାର ଫାଇନ୍ କାଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.