ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନା ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ୨୦୧୭ମସିହାରେ ମଶାରୀ ବଣ୍ଟନ ହୋଇଥିବା ବେଳେ ପୁଣିଥରେ ୨୦୨୦ ମସିହାରେ ମଶାରୀ ବଣ୍ଟନ ଯୋଜନା ରହିଛି ।କେନ୍ଦୁଝର ଜିଲ୍ଲାକୁ ୧୧ଲକ୍ଷ ୭୧.୭୪୦ଟିମଶାରୀ ଆସିଥିବା ବେଳେ ଗୋଟିଏ ଦିନରେ ସମଗ୍ର ଜିଲ୍ଲାରେ ବଣ୍ଟନ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଏହି ବୈଠକରେ ହରିଚନ୍ଦନପୁର ବ୍ଲକକୁ ଆସିଥିବା ୯୪ହଜାର ୨୭୨ଟି ମଶାରୀ କିପରି ଗୋଟିଏ ଦିନରେ ବଣ୍ଟନ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓସ୍କାର ଜିଲ୍ଲା ମୁଖ୍ୟ ଧରିତ୍ରୀ ରାଉତ, ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ରାଜେନ୍ଦ୍ର ନାୟକ, ଏମ୍ଓ ଆୟୁଷ ପ୍ରଶାନ୍ତ କୁମାର ପାଢ଼ୀ, ଏସଏ ବୁନ୍ଦାବନ ସାହୁ, ଡବ୍ଲୁଓ ବି ବି ଦାଶ, ସିଡିପିଓ ପ୍ରବିନା ନାଏକ, ଚ୍ୟାରମ୍ୟାନ ସୁରେଶ କୁମାର ଦେହୁରୀ, ଏମ.ଟି.ଏସ୍ ଭିଭିଏସଏସ ତରୁଣ ଶଙ୍କର, ବିପିଏମ୍ ରବିନ୍ଦ୍ର ଜେନା, ବିଏଏମ୍ ମହେଶ୍ୱର ନାଏକ, ଡିଏମଓ ଆର.କେ ନାୟକ, ଆରଡବ୍ଲୁଏସଏସ କନିଷ୍ଠଯନ୍ତ୍ରୀ ସ୍ବପର୍ନା ଉପାଧ୍ୟାୟ ଓ ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।









