Home ଜିଲ୍ଲା ପରିକ୍ରମା ମଲ୍ଲି ମାହାରା ଓ ଗୌରାଙ୍ଗପୁର ଏସକେପର ସୁରକ୍ଷା ପାଚେରୀ ପ୍ରକଳ୍ପର ଶୁଭ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ମଲ୍ଲି ମାହାରା ଓ ଗୌରାଙ୍ଗପୁର ଏସକେପର ସୁରକ୍ଷା ପାଚେରୀ ପ୍ରକଳ୍ପର ଶୁଭ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

5

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କୁ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦୁଇଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୋହଡ଼ା ପଂଚାୟତର ଗୌରାଙ୍ଗପୁର ଏସକେପ ଓ ଆନନ୍ଦପୁର ପଂଚାୟତର ଉତେଇପୁର ଠାରେ ଥିବା ମଲ୍ଲିମାହାରା ଏସକେପର ସୁରକ୍ଷା ପ୍ରାଚୀର ନିର୍ମାଣ ଓ ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୌରାଙ୍ଗପୁର ରେ ଥିବା ପ୍ରାୟ ୯୧ ମିଟର ର ଏସକେପ ର ପଶ୍ଚିମ ପାର୍ଶ୍ୱରେ ପ୍ରାଚୀର ନିର୍ମାଣ ପାଇଁ ୨ କୋଟି ୮ ଲକ୍ଷ ୧୫ ହଜାର ୭୧୧ ଟଙ୍କା ଓ ମଲ୍ଲିମାହାରା ରେ ଥିବା ୯୨ ମିଟର ଲମ୍ବର ଏସକେପ ପଶ୍ଚିମ ପଟେ ପ୍ରାଚୀର ପାଇଁ ୨ କୋଟି ୧୧ ଲକ୍ଷ ୯୨ ହଜାର ୫୭୨ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଦୁଇଟି ଯାକ ଏସକେପ ବୈତରଣୀ ନଦୀବନ୍ଧରେ ଥିବାରୁ ପ୍ରତିବର୍ଷ ବନ୍ୟା ଆସିଲେ ଲକ୍ଷ ଲକ୍ଷ କ୍ୟୁସେକ ପାଣି ଧାମନଗର ଅଞ୍ଚଳକୁ ପଶିଥାଏ। ଫଳରେ ଚାଷ ଜମି ନଷ୍ଟ ହେବା ସହ ଜନବସତିରେ ପାଣି ପଶିଯାଏ। ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ୨୦୨୨ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ଏ କଥାକୁ ଗୁରୁତ୍ୱ ଦେଇଥିଲେ। ୨୦୨୩ ମାର୍ଚ୍ଚ ମାସ ବଜେଟ୍ ଅଧିବେଶନରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଏ କଥା ଉଠାଇଥିଲେ। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ଫାଇଭ -ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଧାମନଗର ଗସ୍ତ କରି ଏହି ଦୁଇଟି ଏସକେପ ଉପରେ ଫୁଟ ଓଭବ୍ରିଜ ନିର୍ମାଣ ଘୋଷଣା କରିଥିଲେ। ପରବର୍ତୀ ସମୟରେ ଏହା ନିର୍ମାଣାଧିନ ରହିଛି। ତେବେ ଗତ ନିର୍ବାଚନରେ ରାଜ୍ୟରେ ସରକାର ବଦଳିବା ସହ ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମନ୍ତ୍ରୀ ହେବା ପରେ ବନ୍ୟା ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେଇଥିଲେ। ଦୁଇ ଏସକେପ ରେ ବନ୍ୟା ଜଳ ଯେତେ କମ ନିଷ୍କାସନ ହେବ ଓ ଧାମନଗର କୁ ବନ୍ୟା ଦାଉରୁ ରକ୍ଷା କରିହେବ, ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଦୁଇଟି ଯାକ ଏସକେପ ର ପାଚେରି କୁ ଉଚ୍ଚା କରିବାକୁ ଯୋଜନା ହୋଇଥିଲା। ଏବେ ସେହି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ମନ୍ତ୍ରୀ ଶୁଭ ଦେଇଛନ୍ତି। ଏହି ପ୍ରାଚୀର ନିର୍ମାଣ ହେବା ଫଳରେ ଧାମନଗର ଅଂଚଳରେ ବନ୍ୟା ସମସ୍ୟା ହ୍ରାସ ପାଇବ। ସବୁ ସମୟର ଚାଷ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମ ରେ ଧାମନଗର ଜଳ ସେଚନ ବିଭାଗ ର ଅଧିକାର ବିଜୟ କୁମାର ସେଠୀ , ସହକାରୀ ଯନ୍ତ୍ରୀ କିଶୋର ଦାସ, ସ୍ୱାଗତ କୁମାର ଦାସ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.