Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ୫ ମୃତ, ୧୨ ରୁ ଅଧିକ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ୫ ମୃତ, ୧୨ ରୁ ଅଧିକ ଗୁରୁତର ଆହତ

22

କୋରାପୁଟ ୩୧-୧ (ଓଡ଼ିଆ ପୁଅ) : ପିକ୍ଅପ୍ ଭ୍ୟାନ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳୁଛି। କିନ୍ତୁ ୧୨ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ। ଦଶାହ କାର୍ଯ୍ୟ ସାରି ଛତିଶଗଡ଼ର କୁଲତା ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।

କୋରାପୁଟ ଜିଲ୍ଲା କୋଟପାଡ଼ ସିନ୍ଧିଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ଛତିଶଗଡ଼ ଜଗଦଲପୁର ଅଞ୍ଚଳର ହୋଇଥିବା ସୂଚନା ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.