Home କେନ୍ଦୁଝର ମରୈଗାଁ ପଞ୍ଚାୟତ ଅନିୟମିତତାର ତଦନ୍ତ କେବେ

ମରୈଗାଁ ପଞ୍ଚାୟତ ଅନିୟମିତତାର ତଦନ୍ତ କେବେ

19

ହାଟଡ଼ିହି, ୧୭ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମନରେଗା ଯୋଜନାରେ ନାହିଁ ନଥିବା ଦୁର୍ନିତି ହୋଇଥିବା ଅଭିଯୋଗ ହୋଇ ଆସୁଥିଲେବି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉନାହିଁ । ତଦନ୍ତ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ସମୟ ନିର୍ଘଣ୍ଟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇପାରି ନାହିଁ । ପୁର୍ବରୁ ସୋସୋ ଓ ସୁଲଣ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହଡପ ଘଟଣାରେ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସରପଞ୍ଚଙ୍କ ନାମରେ ମାମଲା ରୁଜୁ କରାଯାଇଛି । କିନ୍ତୁ ମରୈଗାଁ ପଞ୍ଚାୟତରେ ହୋଇଥିବା ଦୁର୍ନିତିର ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ମରୈଗାଁ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଖାନା ନିର୍ମାଣ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅଥବା ମନରେଗା ଯୋଜନା ସବୁଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମାନ ଆସୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୨୦୧୬/୧୭ରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଟି ଆବାସ ଯୋଜନା ଘର ଯୋଗାଇ ଦିଆଯାଇଛି । ଏପରିକି ସେହି ବର୍ଷରେ ତାଙ୍କର ଦୁଇଟିଯାକ ଘରର ପୁର୍ଣ୍ଣାଙ୍ଗ ବିଲ ମଧ୍ୟ କରାଯାଇଛି । ସେହିପରି ମନରେଗା ଯୋଜନାରେ ଫେକ୍ ଜବକାଡ ଧାରୀ ପ୍ରସ୍ତୁତ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ମନରେଗା ଯୋଜନା କାର୍ଯ୍ୟରେ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଶହଶହ ନକଲି ଲୋକଙ୍କ ନାମରେ ଫେକ ଜବକାର୍ଡ କରାଯାଇ ମନରେଗା ଯୋଜନାର ମଜୁରୀ ଅର୍ଥକୁ ହଡପ କରାଯାଇଛି । ସେହିପରି ପଞ୍ଚାୟତକୁ ଆସିଥିବା ଏସ.ଏଫ.ସି ଓ ଟିଏଫସି ଅନୁଦାନରୁ ଦୁଇବର୍ଷ ପୁର୍ବେ ପଞ୍ଚାୟତ ପାଚେରୀ ନିର୍ମାଣ ଓ ନଳକୂପ ଖନନ ନାମରେ ଅଗ୍ରୀମ ଆକାରେରେ ୯ଲକ୍ଷ ୭୦ହଜାରରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି ଯେ ନାଁ କୌଣସି କାମ ହେଉଛି ନା ପଞ୍ଚାୟତକୁ ଏହି ଟଙ୍କା ଫେରସ୍ତ ହେଉଛି । ଏ ସମ୍ପର୍କରେ କିଛି ୱାର୍ଡସଭ୍ୟସଭ୍ୟା ଅଭିଯୋଗ କରିବାପରେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ ପକ୍ଷରୁ ଅନୁଧ୍ୟାନ କରାଯିବାପରେ ଗତ ୨୦/୩/୨୦୨୦ରେ ବିଡିଓଙ୍କ ଚିଠିନଂ ୮୯୧ରେ ବ୍ଲକ ପକ୍ଷରୁ ପଞ୍ଚାୟତକୁ ୭ଲକ୍ଷ ୨୬ହଜାର ୮୩୯ଟଙ୍କା ୭ଦିନ ଭିତରେ ଫେରସ୍ତ ପାଇଁ ଚିଠି କରାଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ହୋଇ ନଥିବା ଅଭିଯୋଗ ହୋଇଛି । ସେହିପରି ଏବେ ବିଭିନ୍ନ ଗ୍ରାମରେ ହେଉଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ମୋ ପୋଖରୀ, ରାସ୍ତା ନିର୍ମାଣ, ଲ୍ୟାଣ୍ଡ ଡେଭଲପମେଣ୍ଟ ଯୋଜନା କାର୍ଯ୍ୟରେ ଏପରି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହିପରି ଦୁର୍ନୀତି ପାଇଁ ସୁଲଣ ଓ ସୋସୋ ପଞ୍ଚାୟତରେ ସରପଞ୍ଚଓ ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାବେଳେ ମରୈଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲା । ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ଏହାର ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ପଞ୍ଚାୟତକୁ ତଦନ୍ତ ପରିସର ଭୁକ୍ତ କରାଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ତଦନ୍ତ କଲେ ବହୁ ଅନିୟମିତତାର ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ତେନ୍ତୁଲିନଣ୍ଡା, ଶଙ୍ଖଣା, ମରୈଗାଁ, ଏଲକଣା ଗ୍ରାମର ଶତାଧିକ ବ୍ୟକ୍ତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.