Home ଜିଲ୍ଲା ପରିକ୍ରମା ମରଣଯନ୍ତା ପାଲଟିଛି ଖୋଲା ଡ୍ରେନ, ଅଧିକାରୀଙ୍କ ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଖୋଲା ଡ୍ରେନ, ଅଧିକାରୀଙ୍କ ଦୃଷ୍ଟି ପଡ଼ିବ କେବେ ?

37

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ମୁଖ୍ୟବଜାର ରାସ୍ତା ପ୍ରଶସ୍ତିକରଣ ସମୟରେ ଉଭୟ ପାର୍ଶ୍ୱର ଡ୍ରେନ ନିର୍ମାଣ କରାଯାଇଥିଲା। ଡ୍ରେନ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାର ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ ସେତେବେଳେ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ନଥିଲେ। ଡ୍ରେନ ନିର୍ମାଣର ମାତ୍ର କେତୋଟି ବର୍ଷ ପରେ ଡ୍ରେନ ସ୍ଲାପ ଗୁଡ଼ିକ ଭାଙ୍ଗିଯାଇ ମେଲା ପଡ଼ିଛି। ଯଦ୍ୱାରା ଲୋକେ ଡ୍ରେନ ମଧ୍ୟକୁ ଖସିପଡ଼ି ଖଣ୍ଡିଆଖାବରା ହେଇଥିବାର ଜଣାପଡ଼ିଛି। ମୁଖ୍ୟ ରାସ୍ତାରୁ ସ୍ଥାନୀୟ ସାପ୍ତାହିକୀ ହାଟ ଓ ଭବାନୀଗଂଜ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଡ୍ରେନ ସ୍ଲାବ ଗୁଡିକ ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି। ଏହି ଡ୍ରେନ ଉପର ଦେଇ ପ୍ରତିଦିନ ଲୋକମାନେ ଯାଆଆସ କରିବା ସହ ଯାନବାହାନ ମଧ୍ୟ ଯିବା ଆସିବା କରୁଥିବାରୁ ବିପଦର ସମ୍ମୁଖିନ ହେଉଛନ୍ତି। ଏ ସଂପର୍କରେ ଲୋକେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନାହିଁ। ଦିନକୁ ଦିନ ଉକ୍ତ ସମସ୍ୟା ଜଟିଳ ହେବାକୁ ଲାଗିଥିଲେ ସୁଦ୍ଧା ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ଏକ ଅଶାନ୍ତ ପରିବେଶ ସୃଷ୍ଟି କରୁଛି। ତୁରନ୍ତ ଏହାର ମରାମତି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.