Home କେନ୍ଦୁଝର ମରଚାଇପଦା ଟାୱାର ଠାରୁ କେନାଲ ରାସ୍ତା ଶୋଚନୀୟ

ମରଚାଇପଦା ଟାୱାର ଠାରୁ କେନାଲ ରାସ୍ତା ଶୋଚନୀୟ

22

ହାଟଡିହି, ୨୦ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ମରଚାଇପଦା ଟାୱାର ଠାରୁ କେନାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ଏହି ରାସ୍ତାଦେଇ ପ୍ରତିଦିନ ଶହଶହ ମୋଟରଗାଡି, ସାଇକେଲ, ଅଟୋ ଚଳାଚଳ କରିଥାନ୍ତି । କିନ୍ତୁ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି କେନାଲ ରାସ୍ତାଟି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତିନି ବର୍ଷ ହେଲା ଏହି ରାସ୍ତାଟି ମରାମତି ହେଉ ନଥିବାରୁ ଏବେ ଫୁଟେ ଦୁଇଫୁଟ ଗଭୀରର ଖାଲଖମା ହୋଇ ଶୋଚନୀୟ ହୋଇଗଲାଣି । ଏହି ରାସ୍ତାଟି ପ୍ରତି କାହାରି ଦୃଷ୍ଟି ପଡୁନାହିଁ । ଏଥିସହ ସୋସୋ, କାନପୁର, ମରଚାଇପଦା ପ୍ରଭୃତି ଗ୍ରାମ ରାସ୍ତା ଗୁଡିକର ଅବସ୍ଥା ଚିନ୍ତାଜନକ ହୋଇଛି । ଜିଲ୍ଲାର ଶେଷ ସୀମାରେ ଥିବାରୁ ସବୁବେଳେ ଏହି ଗ୍ରାମ ଗୁଡିକ ଅବହେଳିତ ହୋଇ ରହିଥିବାବେଳେ ସରକାରଙ୍କ ଯୋଜନା ଗୁଡିକର ମଧ୍ୟ ସଫଳ ରୁପାୟନ ହୋଇପାରୁ ନାହିଁ । ଜଳସମ୍ପଦ ବିଭାଗ ଏôତପ୍ରତି ଦୃଷ୍ଟିଦେଇ ଏହି ରାସ୍ତାଟି ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.