Home ଜିଲ୍ଲା ପରିକ୍ରମା ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

19

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଓଡ଼ିଶାରେ ମହିଳାମାନଙ୍କ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସା, ଦୁଷ୍କର୍ମକୁ ପ୍ରତିବାଦ, କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଅଭିଯୁକ୍ତ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ‘ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଛି । ରାଜ୍ୟର ମହିଳାମାନେ ଅସୁରକ୍ଷିତ । ବର୍ତ୍ତମାନ ସ୍ଥିତିରେ ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ରାଜ୍ୟରେ ଦୁଷ୍କର୍ମ, ନାରୀ ନିର୍ଯାତନା, ଅସଦାଚରଣ, ହତ୍ୟା ଚରମ ସୀମାରେ ପହଞ୍ଚି ସାରିଛି’ ବୋଲି ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଯୋଗଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅଭିମନ୍ୟୁ ସେଠୀ, ଡାକ୍ତରୀ ପ୍ରଦୀପ ନାୟକ, ସୁବୋଧ ଦାସ, ବିଶ୍ୱରଂଜନ ଖୁଣ୍ଟିଆ, ପ୍ରସନ୍ନ ସାହୁ, ଶ୍ରୀକାନ୍ତ ଛତାର, ସରୋଜ ବେହେରା, ବାଦଲ ପଣ୍ଡା, ଜୀବନ ନାୟକ ପ୍ରମୁଖଙ୍କ ସହିତ ଶତାଧିକ ମହିଳା କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.