Home Top News ମମିତା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ ସରକାର ଓ ଶାସକ ଦଳର ପ୍ରାଣମୁଛା ଉଦ୍ୟମ...

ମମିତା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ ସରକାର ଓ ଶାସକ ଦଳର ପ୍ରାଣମୁଛା ଉଦ୍ୟମ : ପୋଲିସି ପ୍ରଶାସନ ଓ ଡିଆଇଜି ବିଜେଡ଼ିର ଛାମୁଆ ସଂଗଠନ ଭଳି କାମ କରୁଛି:- ମନୋଜ ମହାପାତ୍ର

99

ଭୁବନେଶ୍ୱର ୧୪.୧୧ (ଓଡ଼ିଆ ପୁଅ) – ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ଉଭୟ ରାଜ୍ୟ ସରକାର ଓ ବିଜୁ ଜନତା ଦଳ ମୁଖ୍ୟ ଅଭିଯୁକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇ ଦେବାପାଇଁ ପ୍ରୟାସ ଜାରି ରଖିଛନ୍ତି। କେତେବେଳେ ରାଜ୍ୟ ସରକାର ପୋଲିସ ଡିଆଇଜିଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ଶାସକ ବିଜୁ ଜନତା ଦଳ ଆନ୍ଦୋଳନ କରୁଥିବା କଂଗ୍ରେସ ଓ ଦଳର ବରିଷ୍ଠ ନେତାଙ୍କୁ ବ୍ୟକ୍ତିଗତ କ୍ଷେତ୍ରରେ ମିଥ୍ୟାରୋପ ଲଗାଇ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ନା ରାଜ୍ୟ ସରକାର ନା ବିଜେଡ଼ି ତାଙ୍କର ଏହି ଅପଚେଷ୍ଟାର ସଫଳ ହେବେ। ଶିକ୍ଷୟିତ୍ରୀ ହତ୍ୟକାଣ୍ଡରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ଦଣ୍ଡିତ ନକଲା ଯାଏଁ କଂଗ୍ରେସ ତାର ଜନଆନ୍ଦୋଳନ ଜାରି ରଖିବ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ କୁମାର ମହାପାତ୍ର କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଗତ ୩ ଦିନ ହେଲାଣି ବିଜେଡ଼ିର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ସମେତ ବିଜେଡ଼ି ଦଳ ପକ୍ଷରୁ କଂଗ୍ରେସର ଆନ୍ଦୋଳନ ଉପରେ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ “ଓଡ଼ିଶା କଂଗ୍ରେସ” ବିଜେପିର ବି-ଟିମ୍ ଓ ଓଡ଼ିଶା କଂଗ୍ରେର ଆର୍ଥିକ ସ୍ଥିତି ଭଲ ନାହିଁ, ତେଣୁ କଂଗ୍ରେସ ବିଜେପି ପ୍ରାୟୋଜିତ ଆନ୍ଦୋଳନ କରୁଛି ବୋଲି ଯେଉଁ ଅଭିଯୋଗ କରୁଛନ୍ତି ତାହା ହାସ୍ୟାସ୍ପଦ ଓ ପାଗଳର ପ୍ରଳାପ ମାତ୍ର।

ଏହି ଅଭିଯୋଗର ଉତ୍ତରରେ ଆମେ ଏତିକି କହିବୁ, ପାଗଳ କ’ଣ ନକହେ, ଘୁଷୁରୀ କ’ଣ ନଖାଏ?

ଓଡ଼ିଶାର ସମସ୍ତ ଜନତା ଜାଣନ୍ତି ଯେ କିଏ କାହା ସାଂଗରେ ଅଛନ୍ତି। ବିଜେପି ଦଳର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ କହିଥିଲେ ଯେ ବିଜେପି ବା ତାଙ୍କ ସରକାର ଯଦି ଚାହିଁବି ତାହେଲେ ନବୀନଙ୍କ କ୍ୟାବିନେଟ ଝାରପଡ଼ାରେ ବସିବ। ବିଜେଡ଼ି ର ସଂପୂର୍ଣ୍ଣ ସଂଖ୍ୟା ଥିଲେ ମଧ୍ୟ ବିଜେପିକୁ କାହିଁକି ରାଜ୍ୟସଭା ଯୌତୁକରେ ଦେଇଥିଲା। ସେଥିରେ କେତେ ଅର୍ଥରେ ବିଜେଡ଼ି ବିଜେପି ପାଖରେ ନିଜକୁ ବିକ୍ରି କରିଛି?…..

ପ୍ରସଙ୍ଗର ଉତ୍ତର ପ୍ରସଙ୍ଗରେ ଦିଆଯାଏ। ଗତକାଲିର ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରସଙ୍ଗ ବାହାରକୁ ଯାଇ ଓଡ଼ିଶା କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ଅନ୍ୟମାନଙ୍କ ଉପରେ ରାଜନୈତିକ ସ୍ଥିତି ସମ୍ପର୍କରେ କିଛି ଟିପ୍‌ପଣୀ କରିଛି ସେହି ଟିପ୍‌ଣୀର ଉତ୍ତର ଏତିକି କହିବି ଯେ, ନବୀନ ପଟ୍ଟନାୟକ ପାଂଚ ପାଂଚ ଥର ନିର୍ବାଚିତ ହୋଇ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଜନନେତା ନୁହେଁ। ବିଜୁ ପଟ୍ଟନାୟକ ବାରମ୍ବାର ନିର୍ବାଚନ ହାରି ମଧ୍ୟ ସେ ଓଡ଼ିଶାର ଜନନେତା। ଯାହାଙ୍କ ନାଁରେ ଆପଣଙ୍କର ଦଳ ନାମିତ ହୋଇଛି। ସେହି ପ୍ରବାଦ ପୁରୁଷ ଜନନେତା ୰ ବିଜୁ ପଟ୍ଟନାୟକ ଜାଣନ୍ତି ଭକ୍ତଚରଣ ଦାସ କିଏ?

ଭକ୍ତ ଦାସଙ୍କୁ ବ୍ୟକ୍ତିଗତ ରାଜନୈତିକ ସ୍ତରରେ କୁତ୍ସାରଟନା କଲେ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡର ପାପ ଓ ପାପୀ ଶଙ୍ଖାସୁର କେବେ ନିସ୍ତାର ପାଇବେ ନାହିଁ।

ବିଜେଡ଼ି ପ୍ରବକ୍ତା ଓ ରାଜ୍ୟ ସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ମୋର ପ୍ରଶ୍ନ

ସଂଖ୍ୟାଲଘୁ ନେତା ସ୍ୱରୂପାନନ୍ଦ ପାତ୍ର କିଏ? ୟାଙ୍କ ସହ ଆପଣଙ୍କ କ’ଣ ସମ୍ପର୍କ?୨୦୦୭ ରେ କନ୍ଧମାଳ ଦେଖା ଦେଇଥିବା ଦଳିତ ଆଦିବାସୀ ଗଣ୍ଡଗୋଳ ଏହି ସ୍ୱରୂପାନନ୍ଦ ପାତ୍ର ଓ ତାଙ୍କର ପରିବାରର ଭୂମିକା ଥିଲା କି? ଧର୍ମମତ ନିର୍ବିଶେଷରେ ଦଳିତ ଆଦିବାସୀଙ୍କ ଭିତରେ ଥିବା ଭାଇଚାରା ଓ ସଦ୍‌ଭାବନା ନଷ୍ଟର କାହାର ଭୂମିକା କ’ଣ ଥିଲା? ୨୦୦୮ କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା କମିଶନ ନିକଟରେ “ଦଙ୍ଗାପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଦୋଷୀ” ବୋଲି ସେହି ପାତ୍ର ଏଫିଡେଭିଟ ଦେଇଥିବା ସତ୍ୟ କି? ୨୦୧୦ ମସିହାରେ ସେହି ସ୍ୱରୁପାନନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ଦଙ୍ଗାରେ ୩୫ ଜଣ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରିଥିବା ସତ୍ୟ କି?ବିଜେଡ଼ିର ଜଣେ ପୂର୍ବତନ ସାଂସଦ କନ୍ଧମାଳର ଏକ ସାଧାରଣ ସଭାରେ “ନାରୀ ମିଶା ପୁରୁଷ ସୋ ଡେଞ୍ଜର” ବୋଲି କାହା ଉଦ୍ଦେଶ୍ୟରେ କହିଥିଲେ ଓ ସେହି ସଭାର ଆୟୋଜକ କିଏ? ଏନଜିଓ ଫଣ୍ଡିଂଙ୍ଗ ପାଇଁ ଆପଣ ଓ ବିଜେଡ଼ିର ଆଉଜଣେ ସାଂସଦ ବିଜେପି ସଂପର୍କରେ ରହୁଥିବା ସତ୍ୟ କି?ଆପଣଙ୍କ ସାଂସଦ କାର୍ଯ୍ୟକାଳ ଅଳ୍ପଦିନରେ ସରିବ। ଆପଣ ବି ଜାଣନ୍ତି ଯେ, ଆପଣଙ୍କ ରିପିଟ୍ ହୋଇନପାରେ, ତେଣୁ ବ୍ୟତିବସ୍ତ ହୋଇ କେନ୍ଦ୍ର ସରକାରଙ୍କ ଜାତୀୟ ସଂଖ୍ୟାଲଘୁ କମିଶନରେ ଖାଲଥିବା ସଦସ୍ୟ ହୋଇ ଥଇଥାନ ହେବାକୁ ଆପଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ସଂପର୍କରେ ଥାଇ ଲବି କରୁଥିବା ସତ୍ୟକି? ବିଜେଡ଼ି ତରଫରୁ ଗୋଟିଏ ନିର୍ଦ୍ଦିଷ୍ଟ ଫଟୋ ଏବଂ ଏକ କାଗଜ ଦେଖାଇ ବିଜେଡ଼ି ଅଭିଯୋଗ କରିଥିଲା ଯେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ସେହି କଲେଜରେ ପରିଚାଳନା କମିଟିରେ ସଭାପତି ଥିଲେ। ଯାହା ସେ ୨୦୧୩ ମସିହାରୁ ଛାଡ଼ି ଦେଇଛନ୍ତି। ସେହି ନିର୍ଦ୍ଦିଷ୍ଟ ଫଟୋ ଯଦି ଭକ୍ତଦାସ ଦୋଷୀ ତାହାଲେ ମୁଖ୍ୟମନ୍ତ୍ରୀ ଖସିପାରିବେ ନାହିଁ। କାରଣ ଜେଲରେ ଥିବା ଗୋବିନ୍ଦ ସାହୁ ନୀବନ ନିବାସ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଫଟୋ ଅଛି। ମୁଖ୍ୟମନ୍ତ୍ରୀଙ୍କର ଚିଟ୍‌ଫଣ୍ଡ ଲୁଟେରା ମାନଙ୍କ ସହିତ ମଧ୍ୟ ଫଟୋ ଅଛି।

ଓଡ଼ିଶା ପୋଲିସର ପାରିବା ପଣିଆ ଓ ପ୍ରଭୁଭକ୍ତି ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ ଟିପ୍ପଣି କରିଛନ୍ତି। ପୂର୍ବତନ ପୋଲିସ ଡିଜିଙ୍କ ବିରୁଦ୍ଧରେ ମିଥ୍ୟାମାମଲା ରୁଜୁ କରି ଯଦି ଫସାଇ ଦିଆଯାଇ ପାରୁଛି ତାହେଲେ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀକୁ ଖସାଇବାରେ ୟାଙ୍କୁ କେତେ ସମୟ ଲାଗିବ, ଯେଉଁଥି ପାଇଁ ହାଇକୋର୍ଟ ଯଥାର୍ଥରେ କହିଥିଲେ “ରାଜାଠୁ ରାଜ ଭକ୍ତ ଅଧିକ”।

ପୁନଶ୍ଚ ପରି ଘଟଣାରେ କୃଷି ମନ୍ତ୍ରୀ, ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀ, ମାହାଙ୍ଗ ଡବଲ ମର୍ଡର କେସରେ ଆଇନମନ୍ତ୍ରୀ ଓ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ର କାରୀ ଗୃହରାଷ୍ଟ୍ରମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ ଆସୁଛି। ମନ୍ତ୍ରୀ ସରକାରଙ୍କର ଏକ ଅଂଶବିଶେଷ, ତାହାହେଲେ ଏଠି ଓଡ଼ିଶା ସରକାର ଅଭିଯୁକ୍ତ! ଅଭିଯୁକ୍ତଙ୍କର ତଦନ୍ତକାରୀ ସଂସ୍ଥା କିମ୍ବା ଅଫିସର ଚୟନ କରିବାର ଅଧିକାର ନାହିଁ। ଚୋରକୁ କେଉଁ ପୋଲିସ ବାନ୍ଧିବ ତାହା ଚୋର ସ୍ଥିର କରିପାରିବ ନାହିଁ। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସତସାହାସ ଅଛି ତାହାଲେ ଏହି ଚାରୋଟି କେସର ତଦନ୍ତ ଜଣେ ପୀଠାସୀନ ହାଇକୋର୍ଟ ବିଚାରପତିଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ହେଲେ ପୀଡ଼ିତା ନ୍ୟାୟ ପାଇବ ଓ ଦୋଷୀ ଦଣ୍ଡିତ ହେବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମୀୟ ପାଣ୍ଡବ, ପଦ୍ମାକର ଗୁରୁ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.