Home ଓଡ଼ିଶା ମନ୍ଦିର ଖୋଲିବା ପାଇଁ ସଂଘର ରାଜ୍ୟ ସମ୍ପାଦଦକ ଶ୍ରୀମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ପ୍ରତିବାଦ କଲେ

ମନ୍ଦିର ଖୋଲିବା ପାଇଁ ସଂଘର ରାଜ୍ୟ ସମ୍ପାଦଦକ ଶ୍ରୀମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ପ୍ରତିବାଦ କଲେ

67

ପୁରୀ-୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ତଥା ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଏବଂ ସେବାୟତଙ୍କୁ କୋଭିଡ଼ ସହାୟତା ମିଳିବା ଦାବିରେ ପୁରୀ ଜଗନ୍ନାଥ ମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ମନ୍ଦିର ଆଗରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଘଣ୍ଟ, ଘଣ୍ଟି ବଜାଇ ସେବାୟତ ଓ ଧାର୍ମିକ ଅନୁଷ୍ଠାନମାନେ ପ୍ରତିବାଦ କରିଛନ୍ତି। ସଂଘ ରାଜ୍ୟ ସମ୍ପାଦକ ଶ୍ରୀମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଦେବଦେବୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ସେବାୟତମାନେ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି। ଓଡ଼ିଶାକୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଯାଇଥିବା ବେଳେ କେବଳ ଓଡ଼ିଶା ସରକାର ଓଡ଼ିଶାରେ କୌଣସି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି। ତେଣୁ ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟି ରେଖି ରାଜ୍ୟ ସରକାର ତୁରନ୍ତ ମନ୍ଦିର ଖୋଲିବାକୁ ସଂଘ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.