Home ଜିଲ୍ଲା ପରିକ୍ରମା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରୀ କଲେ ଦୁର୍ବୃତ

ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରୀ କଲେ ଦୁର୍ବୃତ

78

ଯାଜପୁର ୨୨ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସୁକିନ୍ଦାଗଡରେ ପୁରାତନ ଜଗନ୍ନାଥଙ୍କ ମନ୍ଦିରରୁ ଭତକାଲି ରାତ୍ରିରେ କେହି ଦୁର୍ବୁତ ଚୋରୀ କରିଥିବା ଆଜି ସକାଳବେଳା ପୂଜା କରିବାକୁ ଆସିଥିବା ପୂଜକ ଦେଥିବାକୁ ପାଇଛନ୍ତି। ଆଜି ଭୋର ସମୟରେ ମନ୍ଦିରର ପୂଜକ ସକାଳ ଧୂପ ନୀତି ପାଇଁ ମନ୍ଦିରକୁ ଆସିବା ପରେ ଏହା ଜଣାପଡ଼ିଥିଲା। ପୂଜା ପାଇଁ ଭିତରକୁ ଯିବା ପରେ ମନ୍ଦିରର ମୁଖ୍ୟ ତାଲା ଭଙ୍ଗାଯାଇଥିବା ଦେଖିଥିଲେ ପୂଜକ।ଏହା ଦେଖିବା ପରେ ସେ ତୁରନ୍ତ ଏ ବିଷୟରେ ଦେବୋତ୍ତର ବିଭାଗର ସ୍ଥାନୀୟ ଅଧିକାରୀ ତଥା ସୁକିନ୍ଦାଗଡ଼ସ୍ଥିତ ରାଜସ୍ୱ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ରାଜସ୍ୱ ଅଧିକାରୀଙ୍କ ଅଭିଯୋଗ ଆଧାରରେ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଛି କି ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟ କବାଟର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ନୂଆ ପୁରୁଣା ଦୁଇଟି ଦାନ ହୁଣ୍ଡିକୁ ନେଇ ଯାଇଛନ୍ତି। ନୂଆ ଦାନହୁଣ୍ଡିର ତାଲା ଭାଙ୍ଗି ତା’ ଭିତରେ ଥିବା ଅର୍ଥ ଓ ଦାନ ସୁତ୍ରରୁ ମିଳିଥିବା ଅଳଙ୍କାରକୁ ନେଇଯିବା ସହ ମନ୍ଦିର ପରିସରରେ ଥିବା ରାମମନ୍ଦିର ପଛପାଖରେ ଏହାକୁ ଦୁର୍ବୁତ୍ତମାନେ ଫିଙ୍ଗିଦେଇଥିବା ଦେଖାଯାଇଛି। ହେଲେ ପୁରୁଣା ଦାନବାକ୍ସର ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ପୁରୁଣା ଦାନବାକ୍ସଟି ଜଗନ୍ନାଥ ମହାପ୍ରଭୁଙ୍କ ମଣ୍ଡପ ପଛ ପଟେ ରଖାଯାଇଥିଲା। ଦୁର୍ବୁତ୍ତମାନେ ମଣ୍ଡପ ଉପରେ ଚଢ଼ି ଏହାକୁ ନେଇ ଯାଇଥିବାରୁ ଜଗନ୍ନାଥ ମହାପ୍ରଭୁ ଅପବିତ୍ର ହୋଇଥିବା କଥା ପୂଜକ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏହାପରେ ମନ୍ଦିରର ନୀତି ମୁତାବକ ମାର୍ଜଣା କରାଯାଇ ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁକିନ୍ଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.