Home ଜିଲ୍ଲା ପରିକ୍ରମା ମନ୍ଦାକିନୀ ସେତୁ ପୁନଃ ଅଟକଳ ପାଇଁ ଆଇନଗତ ବାଧକ ନାହିଁ

ମନ୍ଦାକିନୀ ସେତୁ ପୁନଃ ଅଟକଳ ପାଇଁ ଆଇନଗତ ବାଧକ ନାହିଁ

20

ନୟାଗଡ଼ ୨୦/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ଅଧିନରେ ଥିବା ମନ୍ଦାକିନୀ ସେତୁ ପୁନଃ ଅଟକଳ ପାଇଁ କୌଣସି ଆଇନଗତ ବାଧକ ନାହିଁ ବୋଲି ପୁର୍ତ୍ତ ବିଭାଗ ତରଫରୁ ସୂଚନା ମିଳିଛି। ମନ୍ଦାକିନୀ ସେତୁ ଟି ବିପଦଶଙ୍କୁଳ ଘୋଷଣା ହୋଇଥିଲେ ମଧ୍ୟ ସେହି ସେତୁ ଦେଇ ଭାରିଯାନ ଯାତାୟତ କରୁଥିଲା। ସୂଚନା ଅନୁଯାଇ ପୁର୍ବରୁ ଅଟକଳ ହୋଇ ଟେଣ୍ଡର ହୋଇଥିଲା। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପୂର୍ବତନ ଠିକା ସଂସ୍ଥା ଦ୍ୱାରା ଏକ ମାମଲା ରୁଜୁ ହୋଇ ଚାଲୁଥିଲା। ମାମଲାର ସମାଧାନ ହେବାପରେ ଭୁବନେଶ୍ୱର ୱାର୍ଲ୍ଡବ୍ୟାଙ୍କ ମୁଖ୍ୟଯନ୍ତ୍ରୀ ରାମକୃଷ୍ଣ ମହାରଣା ମନ୍ଦାକିନୀ ସେତୁ ତଦାରଖ କରି ଫେରିଥିବା ଜଣାପଡିଛି।

ତାଙ୍କ ସହ ଖୋର୍ଦ୍ଧା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ଶତପଥି ମଧ୍ୟ ଆସିଥିଲେ। ତଦାରଖ ପରେ କୈାଣସି ଆଇନଗତ ସମସ୍ୟା ନାହିଁ ବୋଲି କହିଛନ୍ତି। ନୟାଗଡ଼ ଅଧିଖଣ୍ଡ ପୁର୍ତ୍ତ ସହକାରୀ ଯନ୍ତ୍ରୀ ଅଜାତଶତୃ ସାହୁ ଓ ରଣପୁର ପୁର୍ତ୍ତ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କୁ ୭ ଦିନ ମଧ୍ୟରେ ପୁନଃ ଅଟକଳ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପୁନଃ ଅଟକଳ ପରେ ଖୁବଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମନ୍ଦାକିନୀ ସେତୁ ବିପଦ ମୁକ୍ତ ହେଲେ ବହୁ ଧନଜୀବନ ରକ୍ଷା ହେବା ସହ ଦୁର୍ଘଟଣା ମୁକ୍ତ ହେବ ବୋଲି ବୁଦ୍ଧିଜୀବୀ ମାନେ କହୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.