Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୂର୍ଯ୍ୟବଂଶୀ ୬୦ ଜଣଙ୍କୁ ବାଂଟିଲେ ନିଯୁକ୍ତି ପତ୍ର

ମନ୍ତ୍ରୀ ସୂର୍ଯ୍ୟବଂଶୀ ୬୦ ଜଣଙ୍କୁ ବାଂଟିଲେ ନିଯୁକ୍ତି ପତ୍ର

28

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ୩୦ ଜଣଙ୍କୁ ଅନୁକମ୍ପା ମୂଳକ ଥଇଥାନ ନିଯୁକ୍ତି ଦିଆଯାଇଥିବାବେଳେ ଓଡ଼ିଶା ଦକ୍ଷତା ବିକାଶ ଉନ୍ନୟନ କର୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟସ୍ତରରେ ନୂଆ ଓଡ଼ିଶା ଡିଷ୍ଟ୍ରିଟ୍ କମ୍ପୋନେଂଟ ଯୋଜନା ମାଧ୍ୟମରେ ୨୭ ଜଣଙ୍କୁ ନିଯୁକ୍ତି ମିଳିଛି। ଅନୁରୂପ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ସମୁଦାୟ ୬୦ ଜଣ ଯୁବକ/ଯୁବତୀଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସଂସ୍କୃତି ଭବନରେ ଆୟୋଜିତ ସଭାରେ ନିଯୁକ୍ତି ପତ୍ର ବଂଟନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ଅନୁକମ୍ପା ମୂଳକ ନିଯୁକ୍ତି ପାଇଥିବା ଯୁବକ/ଯୁବତୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ସରକାରଙ୍କ ଅଧୀନରେ ବିଭିନ୍ନ ସ୍କୁଲରେ ଚାକିରୀ ପାଇଛନ୍ତି। ଦକ୍ଷତା ବିକାଶ ଉନ୍ନୟନ ସଂସ୍ଥା ଦ୍ୱାରା ଯୁବକ/ଯୁବତୀମାନେ ବିଭିନ୍ନ ବୃତିଗତ କୌଶଳରେ ପ୍ରଶିକ୍ଷଣ ନେଇଛନ୍ତି। ଖ୍ୟାତିସଂପନ୍ନ କଂପାନୀମାନଙ୍କରେ ନିଯୁକ୍ତି ସୁଯୋଗ ପାଇ ନିଜ ଜୀବନକୁ ନୂତନ ଭାବେ ଗଢିବାର ସମ୍ଭାବନା ସୃଷ୍ଟି ହୋଇଥିବା ବିଷୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ତାଙ୍କର ଅଭିଭାଷଣରେ କହିଛନ୍ତି। ଭଦ୍ରକ ଜିଲାରେ ଏହି ଯୋଜନାରେ ଏକ ଘରୋଇ ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା ମୋବାଇଲ୍ ହାଡଓୟାର ରିପ୍ୟାରିଂ ଟେକ୍‌ନିସିଆନ ଟ୍ରେଡ୍‌ରେ ୨୭ ଜଣ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଯୁବତୀ ମାନେ ନିଜର କୌଶଳ ଦ୍ୱାରା ସଫଳ ହୋଇ ଇଲୋକ୍‌ଟ୍ରୋନିକ୍ସ ସିଷ୍ଟମ ସଲ୍ୟୁସନସ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ନିଯୁକ୍ତି ପାଇଛନ୍ତି। ଚେନ୍ନାଇର ଏକ ଘରୋଇ କଂପାନୀରେ ଏମାନେ କାର୍ଯ୍ୟ କରିବେ। ଅନୁରୂପ ଶିକ୍ଷା ବିଭାଗର ଅନୁକମ୍ପା ମୂଳକ ଥଇଥାନ ଯୋଜନାରେ ୩୦ ଜଣ କାମ କରିବେ ବୋଲି ଜଣାପଡିଛି। ଆୟୋଜିତ ଏହି ନିଯୁକ୍ତି ବଂଟନ ମେଳାରେ ଜିଲାପାଳ ଦିଲ୍ଲୀପ ରାଉତରାୟ ନିଜ ଅଭିଭାଷଣରେ ଖୁବଶୀଘ୍ର ଆଉ ୪୦ ଜଣଙ୍କୁ ନିଯୁକ୍ତି ମିଳିବା ବିଷୟ ସୂଚନା ଦେଇଥିଲେ। ଏହି ନିଯୁକ୍ତି ବଂଟନ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅନିତା ନାୟକ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ତୃପ୍ତିମୟୀ ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.