Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସହ ଭଦ୍ରକ ବୁଦ୍ଧିଜୀବୀଙ୍କ ଆଲୋଚନା, ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ...

ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସହ ଭଦ୍ରକ ବୁଦ୍ଧିଜୀବୀଙ୍କ ଆଲୋଚନା, ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ଆଶାବାଦୀ

20

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବହୁ ବୁଦ୍ଧିଜୀବୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ଥାନୀୟ ନ୍ୟୁ ସାର୍କିଟ୍ ହାଉସ୍‌ରେ ସାକ୍ଷାତ କରି ଜିଲାର ବିକାଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଭଦ୍ରକ ଜିଲାବାସୀଙ୍କର ଦୀର୍ଘଦିନର ପ୍ରମୁଖ ଦୁଇଦାବୀ ମଧ୍ୟରେ ଭଦ୍ରକ ଜିଲାର ବିଶ୍ୱବିଦ୍ୟାଳୟ ସ୍ଥାପନା ଓ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ବିଷୟରେ ମନ୍ତ୍ରୀ ଶ୍ରୀ ସୁରଜ ପ୍ରତିଶ୍ରୁତି ଦେଇଛନ୍ତି । ଏ ନେଇ ବୁଦ୍ଧିଜୀବୀଙ୍କ ପକ୍ଷରୁ ମନ୍ତ୍ରୀ ସୁରଜଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆଲୋଚନା କାଳରେ ଉପରୋକ୍ତ ଦୁଇ ପ୍ରସଙ୍ଗ ସହ ଅନେକ ସମସ୍ୟା ଓ ଜିଲାବାସୀ ନୂଆ ସରକାରଙ୍କ ଠାରୁ କଣ ଆଶା ରଖିଛନ୍ତି, ସେହି ଦାବିଗୁଡିକ ପ୍ରତି ମନ୍ତ୍ରୀ ଶ୍ରୀ ସୁରଜ ପୁଙ୍ଖାନୁପୁଙ୍ଖ ପଚାରି ବୁଝିଥିଲେ । ବରିଷ୍ଠ ନାଗରିକ ଡାକ୍ତର ହରେକୃଷ୍ଣ ନାୟକ, ହରେକୃଷ୍ଣ ପାଢୀ, ଶିକ୍ଷାବିତ୍ ଶାନ୍ତନୁ ମହାନ୍ତି, ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, କମଳାକାନ୍ତ ସ୍ୱାଇଁ, ମଳୟ ଜେନା, ରାଧାରାଣୀ ମହାପାତ୍ର, ସଂଗ୍ରାମ ମହାନ୍ତି, ଲକ୍ଷ୍ମୀଧର ବିଶ୍ୱାଳ, ସାମ୍ବାଦିକ ପ୍ରମୋଦ ରାୟ, ନରେନ୍ଦ୍ର ସାମଲ, ଦୁର୍ଗାଚରଣ ସାମଲ ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ଭଳି ପ୍ରମୁଖ ଦୁଇ ଦାବି ରଖିବା ସହ ବରପଦା ଇଂଜିନିୟରିଂ କଲେଜକୁ ସରକାରୀ ସ୍ତରରେ କରିବା, ସହରରେ ଟ୍ରାଫିକ୍ ସ୍ଥିତିର ସୁଧାର, ରିଙ୍ଗରୋଡ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଗାରିମା ବୃଦ୍ଧି ହେବା ଭଳି କାର୍ଯ୍ୟ କରିବା ନେଇ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ବୁଦ୍ଧିଜୀବୀଙ୍କ ପରାମର୍ଶକୁ ମନ୍ତ୍ରୀ ଶ୍ରୀ ସୁରଜ ଗ୍ରହଣ କରି ଖୁବଶୀଘ୍ର ଦୁଇ ପ୍ରମୁଖ ଦାବି ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ସ୍ଥାପନା ହେଉ ବୋଲି ସୂଚାଇ ସମସ୍ତଙ୍କର ଆଶା ନିଶ୍ଚିତ ପୂରଣ ହେଉଥିବାର କଥା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.