Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଭିତି ପ୍ରସ୍ତର ସ୍ଥାପନ

ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଭିତି ପ୍ରସ୍ତର ସ୍ଥାପନ

16

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସରକାର ଗୁରୁତ୍ୱ ଦେଉଛନ୍ତି।ତୃଣମୂଳ ସ୍ତରରେ କିଭଳି ଏହି ଶିକ୍ଷାର ଭିତ୍ତିଭୂମି ସୁଦୃଢ ହୋଇ ଗୁଣାତ୍ମକ ଶିକ୍ଷା ମିଳିପାରିବ, ସେ ନେଇ ନୂତନ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।ପ୍ରତି ପଂଚାୟତରେ ଏକ ପ୍ରାଥମିକ ସ୍କୁଲକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଭାବେ ଚୟନ କରାଯାଉଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମୂଳଦୁଆ ସୁଦୃଢ ଲାଗି ସରକାର ପ୍ରତିଶୃତିବଦ୍ଧ।ଏହାର ସ୍ମାର୍ଟ କ୍ଲାସ ରୁମ ଠାରୁ ଆରମ୍ଭ କରି ଖେଳ ପଡିଆ, ପାଠାଗାର ଓ ପ୍ରଶିକ୍ଷିତ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଉଛି।ଏହାଦ୍ୱାରା ଆମ ପ୍ରାଥମିକ ଶିକ୍ଷାର ନିଶ୍ଚିତ ପରିବର୍ତ୍ତନ ଆସିବ। ତେବେ ଆଜି ହାଇସ୍କୁଲ ସ୍ତରରେ ପଢ଼ୁଥିବା ଶହେ ପିଲାରୁ ମାତ୍ର ୨୩ ଜଣ ଉଚ୍ଚଶିକ୍ଷିତ ହେବାପାଇଁ ଅଧ୍ୟୟନ କରୁଥିବା ଚିନ୍ତାର ବିଷୟ ବୋଲି ଆଜି ମଠସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ କରିବା ଅବସରରେ ସଂସ୍କୃତି, ଉଚ୍ଚଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି।ଏମ ସି ଏଲ ପକ୍ଷରୁ ୧ କୋଟି ଟଙ୍କାର ଅନୁମୋଦନ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ୬୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳାରାଣୀ ପାଣିଗ୍ରାହୀ ପୌରୋହିତ୍ୟ କରିଥିବାବେଳେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ , ଉପପୌରାଧ୍ୟକ୍ଷା ଅଞ୍ଜୁବାଳା ଜେନା,ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ,ବିଡ଼ିଓ ରଶ୍ମିରଂଜନ ମଲ୍ଲିକ ଓ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.