Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିନା ପୋଲିସ ନିର୍ଦ୍ଦେଶରେ ହୋଇ ପାରିବନି ପୂଜା ପାର୍ବଣ

ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିନା ପୋଲିସ ନିର୍ଦ୍ଦେଶରେ ହୋଇ ପାରିବନି ପୂଜା ପାର୍ବଣ

3

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ବର୍ଷ ଜାନୁଆରି ୧୧ ତାରିଖ ପର୍ଯ୍ୟନ୍ତ ଧାମନଗର ଓ ଧୁଷୁରୀ ଥାନା ସମେତ ଜିଲ୍ଲାର ୧୯ ଟି ଥାନା ଅଂଚଳରେ ପୋଲିସ ଆକ୍ଟର ଧାରା ୩୦ ଲାଗୁ କରାଯାଇଛି। ପୋଲିସ ଆକ୍ଟ ୧୮୬୧ରେ ଦିଆଯାଇଥିବା କ୍ଷମତା ବଳରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏମ୍‌. ସନ୍ଦୀପ ସଂପତ ଧାରା ୩୦ ଲାଗୁ କରିଛନ୍ତି। ୧୪ ଅକ୍ଟୋବର ୨୦୨୪ରୁ ୨୦୨୫ ଜାନୁଆରି ୧୧ ତାରିଖ ଯାଏ ବଳବତର ରହିବ। ଧାମନଗର ଥାନାର ଦୋବଲ, ଚୁଡ଼ାକୁଟି, ଜଗତି, ପଧାନି, ଭଗବାନପୁର, ପଳିକିରି, ବାରିକପୁର ଓ ଧାମନଗର ଏନଏସି ଅଂଚଳ ସହ ଧୁଷୁରୀ ଥାନା ଅଧିନ ଅର୍ଜ୍ଜୁନପୁର, ଶାଅଁଳପୁର, ବୟାଙ୍ଗଡିହି, ଧୁଷୁରୀ, ପଙ୍ଗଟା, ହସନାବାଦ, ବ୍ରାହ୍ମଣୀଗାଁ, ସୁନ୍ଦରପୁର, ଓଳଗ, ଲୁଣିଆ, ଅସୁରାଳି, ନଦୀଗାଁ, ଆରଡ଼ି, ମଙ୍ଗଳପୁର, ସହିଦନଗର, ଖପରପଦା, କୋଠାର ଓ ବେତାଳିଗାଁ ଅଂଚଳରେ ଏହି ଆଇନ ଲାଗୁ ହୋଇଛି। ପୋଲିସ ଆଇନ ଧାରା ୩୦ ଅନୁସାରେ ଏହିସବୁ ଅଂଚଳରେ ପୋଲିସ ବା ଥାନା ବିନା ଅନୁମତିରେ କୌଣସି ପ୍ରକାର ସାଂସ୍କ୍ରୁତିକ କାର୍ଯ୍ୟକ୍ରମରେ ଶୋଭାଯାତ୍ରା କି ମେଳା କରିହେବ ନାହିଁ। ସେହିପରି ଧାରଣା କିମ୍ବା ଲୋକ ଗହଳି ମଧ୍ୟ ଏହି ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିବ ନାହିଁ। ଯଦି କୌଣସି କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା କି ପୁଜା କରିବାକୁ ହେଲେ ଏଥିପାଇଁ ପୋଲିସ ନିକଟରୁ ଅନୁମତି ଆଣିବାକୁ ହେବ। ଅନୁମତି ଆଣିବା ଲାଗି ସବିଶେଷ ତଥ୍ୟ ପ୍ରଦାନ କରିବା ନିହାତି ଆବଶ୍ୟକ। ଯଦି କୌଣସି ପ୍ରକାର ପ୍ରୋସେସନ କରିବାକୁ ହୁଏ, ଏଥିରେ କେତେ ଲୋକ ସାମିଲ ହେବେ? କେଉଁ ବାଦ୍ୟଯନ୍ତ ବ୍‌୍ୟବହାର କରାଯିବ? ଡିଜେ କି ମାଇକ ସେଟ୍ ଲାଗିବ? ପ୍ରୋସେସନରେ କୌଣସି ପଶୁ ବ୍ୟବହାର ହେବେ କି? ଏସବୁର ସମସ୍ତ ତଥ୍‌୍ୟ ଉଲ୍ଲେଖ କରି ଅନୁମତି ମାଗିବାକୁ ହେବ। ସେହିପରି ପ୍ରୋସେସନ କେଉଁ ରାସ୍ତାରେ ଯିବ, କେଉଁ ଛକ କି ବଜାର କଭର କରିବ, ସେ ସଂପର୍କରେ ମଧଧ୍ୟ ଆଗୁଆ ଜଣାଇବାକୁ ପଡ଼ିବ। ଖାଲି ଏତିକି ନୁହେଁ, କେଉଁ ସମୟ ଭିତରେ ଏହି ପ୍ରୋସେସନ ଚାଲିବ ସେ କଥା ମଧ୍ୟ ଆବେଦନ ପତ୍ରରେ ଲେଖିବାକୁ ହେବ। ପ୍ରୋସେସନରେ ଯଦି ବାଣ କି ଫୋଟକା ବା ଆତସବାଜି ବ୍ୟବସ୍ଥା ହେଉଛି, କେଉଁ ଭଳି ବାଣ ସବୁ ବ୍ୟବହାର ହେବ ସେ ସଂପର୍କରେ ମଧ୍‌୍ୟ ଜଣାଇବାକୁ ପଡ଼ିବ। ସେହିପରି କୌଣସି ପ୍ରକାର ଆନ୍ଦୋଳନ କି ଧାରଣା ପାଇଁ ବି ଅନୁରୂପ ଭାବେ ଆବେଦନ କରିବାକୁ ହେବ। କାହିଁକି ଆନ୍ଦୋଳନ କରାଯିବ। କେଉଁଠି କରାହେବ। କିଏ କିଏ ସାମିଲ ହେବେ। କେତେ ଲୋକ ଯୋଗଦେବେ, ସେ ସଂପର୍କରେ ଅନୁମତି ମାଗିବା ପୂର୍ବରୁ ଆବେଦନ ପତ୍ରରେ ଉଲ୍ଲେଖ କରିବାକୁ ପଡ଼ିବ। ଏହାପରେ ସେହି ଥାନାର କୌଣସି ଅଧିକାରୀ ଏହାର ଯାଂଚ କରିବେ। ତା ପରେ ପ୍ରୋସେସନ, ଆନ୍ଦୋଳନ ଓ ଧାରଣାର ୩ ଦିନ ପୂର୍ବରୁ ପୋଲିସ ନିଜର ଅନୁମତି ପ୍ରଦାନ କରିପାରେ। ଉପରୋକ୍ତ ଅଂଚଳରେ ୯୦ ଦିନ ପାଇଁ ପୋଲିସ ଆକ୍ଟ ୩୦ ବଳବତର ରହିବ। ବିଗତ ଦିନରେ ଭଦ୍ରକ, ଧାମନଗରରେ ହିଂସାକାଣ୍ଡ ହୋଇଥିଲା। ଧୁଷୁରୀର ବୟାଙ୍ଗଡିହି ଅଂଚଳରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ତା ଛଡ଼ା ଆଗକୁ ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରକାରର ପୂଜା ପାର୍ବଣ ରହିଛି। ଏଣୁ ପୂଜା ପାର୍ବଣ ସମୟରେ ଶାନ୍ତି ଶ୍ରୁଙ୍ଖଳା ରକ୍ଷା କରିବା ଉଦ୍ଦେଶ୍ୟରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଏହି ଆଇନ ଲାଗୁ ପାଇଁ ଭଦ୍ରକ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ନିବେଦନ କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସ୍ୱୀକ୍ରୁତି ପରେ ଜିଲ୍ଲାର ୧୯ ଟି ଥାନା ଅଧିନରେ ଥିବା ନିର୍ଦ୍ଧିଷ୍ଟ କିଛି ସ୍ଥାନରେ ଏହି ଆଇନ ଲାଗୁ ହୋଇଛି। ସେପଟେ ଏ ଆଇନ ଲାଗୁକୁ ନେଇ ବିଭିନ୍ନ ପୂଜା କମିଟିର ସଦସ୍‌୍ୟ, ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଏକ ଆଇନ ଲାଗୁ ଫଳରେ ପୂଜା ପାର୍ବଣର ଖୁସି ପ୍ରଭାବିତ ହେବା ଆଶଙ୍କା ରହିଥିବା ମତ ଦେଇଛନ୍ତି। ଧାମନଗର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ଙ୍କ ନିଜ ଜିଲ୍ଲା ଭଦ୍ରକ ତଥା ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ରେ ଏହି ନିୟମ ଲାଗୁ ନେଇ ନେଇ ବିଭିନ୍ନ ମହଲ ରେ ଆଲୋଚନା ମଧ୍ୟ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.