Home ଓଡ଼ିଶା ମନ୍ତ୍ରରେ ପ୍ରକମ୍ପିତ ସବୁ ପୂଜା ମଣ୍ଡପ

ମନ୍ତ୍ରରେ ପ୍ରକମ୍ପିତ ସବୁ ପୂଜା ମଣ୍ଡପ

220

ଭୁବନେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ):  ଆଜି ହେଉଛି ପବିତ୍ର ଦଶହରା । ହିନ୍ଦୁ ଧର୍ମରେ ଦଶହରାକୁ ମୁଖ୍ୟ ବୋଲି ଧରାଯାଏ । ଅଧର୍ମ ଉପରେ ଧର୍ମର ଜୟ ବୋଲି କୁହାଯାଏ । ଏଥିପାଇଁ ସବୁଠି ଉତ୍ସବ ମୁଖର । ତେବେ ଆଜି ଦଶମୀରେ ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ମନ୍ତ୍ର ଉଚ୍ଚାରଣରେ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂଜା ମଣ୍ଡପ ଗୁଡିକରେ ମଧ୍ୟ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଘଣ୍ଟ ଘଣ୍ଟା, ଶଙ୍ଖ ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।ତେବେ ବିଜୟା ଦଶମୀରେ ଅପରାଜିତା ବେଶରେ ମା’ଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ପୂଜା ପାଇଁ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି । ସୁଉଚ୍ଚ ଏବଂ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନ୍ଦର ଓ ମନଲୋଭା ସାଜସଜା, ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କ ମନକୁ ଛୁଇଁଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.