Home ଜିଲ୍ଲା ପରିକ୍ରମା ମନୋରଂଜନ ଘଡ଼େଇ ହେଲେ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ

ମନୋରଂଜନ ଘଡ଼େଇ ହେଲେ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ

46

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ନିର୍ବାଚନ ଶେଷ ହେବାପରେ ସମିତି ଅଧ୍ୟକ୍ଷ ପଦକୁ ନେଇ ବିଭିନ୍ନ ଗଣମାଧ୍ୟମ ଆକଳନ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ମନୋରଜଂନ ଘଡ଼େଇ ଅଧ୍ୟକ୍ଷ ଦୈାଡ଼ରେ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଶେଷରେ ତାର ଆକଳନ ସତ୍ୟ ହୋଇଛି ଏବଂ ଆଜି ପ୍ରକାଶିତ ଫଳାଫଳରେ ଆଗରପଡ଼ା ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଗୋପିନାଥପୁର ପଂଚାୟତରୁ ନିର୍ବାଚିତ ସମିତି ସଭ୍ୟ ମନୋରଂଜନ ଘଡ଼େଇ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବ୍ଲକ ର ୨୫ଟି ପଂଚାୟତରୁ ୨୦ ପଂଚାୟତ ସମିତି ସଭ୍ୟ ମନୋରଂଜନଙ୍କୁ ଭୋଟ ଦେଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦି ପ୍ରେମାନନ୍ଦ ନାୟକଙ୍କୁ ୫ଖଣ୍ଡ ଭୋଟ ମିଳିଥିବାର ଜଣାପଡ଼ିଛି। ପୁଣି ଏଥର ବିଜେଡ଼ି ପଂଚାୟତ ସମିତିକୁ ଅକ୍ତିଆର କରିଛି। ମନୋରଂଜନ ବିଜେଡ଼ି ସମର୍ଥନରେ ସମିତି ସଭ୍ୟ ଭାବେ ସମଗ୍ର ବ୍ଲକରେ ସର୍ବାଧିକ ୨୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ପୂର୍ବ ପଂଚାୟତ ନିର୍ବାଚନରେ ମଧ୍ୟ ସେ ସ୍ୱାଧିନ ଭାବେ ସମିତି ସଭ୍ୟ ପଦ ହାତେଇଥିଲେ। ୨୦୧୭ ନିର୍ବାଚନରେ ମଧ୍ୟ ଆଗରପଡ଼ା ଜୋନ ମହାନ୍ତିପଡ଼ା ପଂଚାୟତରୁ ବିଜେଡ଼ି ସମର୍ଥନରେ ଦେବେନ୍ଦ୍ର ଜେନା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ଲଗାତାର ଭାବେ ଏହି ଜୋନରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟଙ୍କୁ ଏହି ପଦବୀ ମିଳିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି। ଏଥର ନିର୍ବାଚନକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସୁପୁତ୍ର ତଥା ବିଜେଡ଼ି ସଂପାଦକ ପ୍ରୟାସକାନ୍ତି ସାମଲ(ଲୁଲୁ) ପରିଚାଳନା କରୁଥିଲେ। ଲୁଲୁଙ୍କୁ ବିଜେଡ଼ିର ବହୁ ନେତା ଓ କର୍ମୀ କୃତଜ୍ଞତା ଜ୍ଞାପନ କରିବା ସହିତ ନୂତନ ଅଧ୍ୟକ୍ଷ ମନୋରଂଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.