Home ଜିଲ୍ଲା ପରିକ୍ରମା ମନୋଜ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ମନୋଜ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

52

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର କୁଆଁଶ ସ୍ଥିତ ଝରଣା ପଟ୍ଟନାୟକଙ୍କ ବାସଭବନ ଗୋକୁଳ ଧାମର ଉଦ୍ୟାନ ମଧ୍ୟରେ ଦିବଂଗତ ସାରସ୍ୱତ ସାଧକ ମନୋଜ ଦାସଙ୍କ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କୋଭିଡ୍ କଟକଣା ଭିତରେ ସ୍ୱଳ୍ପ ସଂଖ୍ୟକ ବୁଦ୍ଧିଜୀବୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତଃ ଆତ୍ମାଂକ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ନିରବ ପ୍ରାର୍ଥନା ସହ ଝରଣା ପଟ୍ଟନାୟକଙ୍କ ସଭାପତି ତ୍ୱରେ ସ୍ମୃତି ସଭାଆରମ୍ଭ ହୋଇଥିଲା ।ବହୁ ଯୁଗ ପରେ ଏଭଳି ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି ଓ ଓଡ଼ିଆ ସାହିତ୍ୟ ତାଙ୍କ ପାଇଁ ଧନ୍ୟ ବୋଲି ମତ ପ୍ରକାଶ କରିବା ସହ ତାଙ୍କ ସୃଷ୍ଟି କିଭଳି ତାଙ୍କ ଉପରେ ପ୍ରଭାବ ପକାଇଛି ସେ ସଂପର୍କରେ ସଭାପତି ଅଭିଭାଷଣରେ ସେ କହିଥିଲେ ।ଅନ୍ୟତମ ଅତିଥି ଅଭୟ ଦ୍ୱିବେଦୀ ମନୋଜ ଦାସଙ୍କ ସହ ନିଜର ବ୍ୟକ୍ତିଗତ ସଂପର୍କର ଅବତାରଣା କରିବା ସହ କିଭଳି ସବୁ କ୍ଷେତ୍ରରେ ସେ ତାଂକୁ ଦିଗ୍ ଦର୍ଶନ ଦେଇ ଆସିଥିଲେ ସେ ସଂପର୍କରେ କହିଥିଲେ ।ଡଃ ପ୍ରଭାତ ନଳିନୀ ମହାପାତ୍ର ତାଙ୍କୁ ଆଲୋକ ଓ ଆନନ୍ଦାଭିଳାଷି ବୋଲି ବର୍ଣ୍ଣନା କରିବା ସହ କିଭଳି ତାଙ୍କର ସମସ୍ତ ସୃଷ୍ଟି ଏକ ଅନନ୍ୟ ଆନନ୍ଦ ପ୍ରଦାନ କରେ ବୋଲି କହିଥିଲେ ।ଅଭିଜିତ୍ ନାୟକ କିଭଳି ଛାତ୍ରାବସ୍ଥାରୁ ତାଙ୍କର ଗଳ୍ପ ଉପନ୍ୟାସ ତାଙ୍କ ଉପରେ ପ୍ରଭାବ ପକାଇଥିଲା କହିବା ସହ ଶେଷ ବସନ୍ତର ଚିଠି ଗଳ୍ପଟିର କରୁଣ ପରିସମାପ୍ତି ସଂପର୍କରେ ଉଲ୍କେଖ କରିଥିଲେ ।ଗାଳ୍ପିକ ଓ ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହୀ ତାଙ୍କ ଗଳ୍ପର କୁହୁକ ବାସ୍ତବତା ସଂପର୍କରେ କହିବା ସହିତ ରାଜକନ୍ୟା ଗଳ୍ପର ଉଦାହରଣ ଦେଇଥିଲେ ।ଡଃ ରାମଚନ୍ଦ୍ର ପଲେଇ ମନୋଜ ଦାସଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ନିପୂଣ କଥାକାର ଭାବରେ ଉପସ୍ଥାପନ । କରିଥିଲେ । ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ ସେ ଯେ ଦିବ୍ୟ ଜନନୀ ଂକ ଅସୀମ କୃପା ଲାଭ କରିଥିଲେ ଓ ଅତିମାନସ ଚେତନାର ଅଧିକାରୀ ଥିଲେ ବୋଲି କହିଥିଲେ ।ଶେଷରେ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ଧନ୍ୟବାଦ ପ୍ରଦାନ ପରେ ସଭା ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.