Home କେନ୍ଦୁଝର ମନିପର୍ସ ପାଇ ଫେରାଇଲେ ଶିକ୍ଷକ

ମନିପର୍ସ ପାଇ ଫେରାଇଲେ ଶିକ୍ଷକ

47

ହାଟଡ଼ିହି, ୧୯/୧୧/:ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦିଛକ ବଜାରରେ ଏକ ମନିପର୍ସ ପାଇ ଜଣେ ଶିକ୍ଷକ ପୁଲିସର ଜିମା ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ଇଞ୍ଚୋଳ ହାଇସ୍କୁଲର ଶିକ୍ଷକ ଭାଗିରଥି ଖୁଣ୍ଟିଆ ଆଜି ଛେନାପଦି ଛକକୁ ଔଷଧ କିଣିବାକୁ ଆସିଥିବାବେଳେ ଏକ ମନିପର୍ସ ରାସ୍ତାରୁ ପାଇଥିଲେ । ସେଠାରେ ଅନେକଙ୍କୁ ପଚାରିଥିଲେ ମଧ୍ୟ କେହି ଏହାର ଦାବିଦାର ନ ବାହାରିବାରୁ ସେ ମନିପର୍ସଟିକୁ ନେଇ ନନ୍ଦିପଦା ଥାନାରେ ପୁଲିସ ଜିମା ଦେଇଥିଲେ । ମନିପର୍ସରେ ଥିବା ଆଧାରକାର୍ଡକୁ ଭିତ୍ତିକରି ନନ୍ଦିପଦା ପୁଲିସ ଗୁହାଳଗଡିଆ ଗ୍ରାମର ଅଭିଷେକ ପରିଡାଙ୍କ ପର୍ସ ବୋଲି ଜାଣିବାକୁ ପାଇଥିଲା । ପରେ ଅଭିଷେକ ନନ୍ଦିପଦା ପୁଲିସ ମନିପର୍ସ ଓ ଏଥିରେ ଥିବା ଟଙ୍କାକୁ ଅଭିଷେକକୁ ହସ୍ତାନ୍ତର କରିଥିଲା । ନନ୍ଦିପଦା ପୁଲିସ ଏନେଇ ଶିକ୍ଷକ ଭାଗିରଥି ଖୁଣ୍ଟିଆଙ୍କୁ ସାଧୁବାଦ ଜଣାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.