Home ଜିଲ୍ଲା ପରିକ୍ରମା ମନରେଗା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା, ମେସିନ କାମ କଲା, ସହାୟତା ପାଇବ କିଏ!

ମନରେଗା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା, ମେସିନ କାମ କଲା, ସହାୟତା ପାଇବ କିଏ!

132

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଗତ ବର୍ଷ ମାର୍ଚ୍ଚ ମାସରୁ ଲାଗି ରହିଛି କରୋନା ମହାମାରୀର ପ୍ରକୋପ । ଇତିମଧ୍ୟରେ ଦେଢ଼ ବର୍ଷ ବିତିବାକୁ ବସିଛି । ତଥାପି ଏହି ମହାମରୀର ପଭାବ ଅନୁଭୂତ ହୋଇ ଚାଲିଛି ସବୁ ସ୍ଥାନରେ । ତେବେ କରୋନା କଟକଣା ଲକ୍‌ଡାଉନ ଓ ସର୍ଟ ଡାଉନ୍ ପାଇଁ ସାଧାରଣ ଲୋକଙ୍କ ଜୀବନ ଓ ଜିବୀକା ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି ସମସ୍ୟାକୁ ଠିକ ଭାବରେ ଉପଲବ୍ଧି କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ତେଣୁ ଜୀବନ ଜିବୀକା ଲଢ଼େଇରେ ସନ୍ତୁଳି ହେଉଥିବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଗତବର୍ଷ ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କୁ ଜାତୀୟ ନିରାପତ୍ତା ଯୋଜନାରେ ଖାଦ୍ୟ ସାମଗ୍ରୀ ଯୋଇ ଦିଆଯାଇଥିଲା । ଜନଧନ ଯୋଜନା ଏକାଉଣ୍ଟଧାରୀଙ୍କୁ ୩ମାସ ପର୍ଯ୍ୟନ୍ତ ୫ଶହ ଟଙ୍କାର ସହାୟତା ରାଶୀ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସେହିପରି ନିର୍ମାଣ ଶ୍ରମିକ ଓ ଚାଲୀଙ୍କୁ ମଧ୍ୟ ଆର୍ଥୀକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା । ଅନୁରୂପ ନିକଟରେ ରାଜ୍ୟ ସରକାର ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧୀନରେ କାମ କରିଥିବା ଶ୍ରମିକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ବିଭାଗୀୟ ସୂଚନାନୁଯାୟୀ; ଗତ ଅପ୍ରେଲ ପହିଲାରୁ ଜୁନ’ମାସ ୩୦ ତାରିଖ ମଧ୍ୟରେ ଯେଉଁ ଶ୍ରମିକମାନେ ମନରେଗା ଅଧୀନରେ କାମ କରିଥିବେ ସେମାନଙ୍କୁ ପ୍ରତ୍ୟେକ ଦିନର ମଜୁରି ଉପରେ ୫୦ ଟଙ୍କା କରି ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ।

ଏଥି ନିମିତ୍ତ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହି କ୍ରମରେ ସମଗ୍ର ରାଜ୍ୟରେ ମୋଟ ୩୫୨.୯୭ କୋଟି ଟଙ୍କାର ଆର୍ଥୀକ ସହାୟତା ଘୋଷଣା କରାଯାଇଛି । ଏଥିମଧ୍ୟରୁ ଭଦ୍ରକ ଜିଲ୍ଲା ଭାଗରେ ପଡ଼ିଛି ୭କୋଟି ୪୪ଲକ୍ଷ ଟଙ୍କା । ଜଗତ ଏପ୍ରିଲ ମାସରୁ ଜୁନ ମାସ ଶେଷ ପର୍ଯ୍ୟନ୍ତ ଯେଉଁମାନେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବେ, ସେମାନଙ୍କ ପ୍ରତ୍ୟେକ ଦିନ ମଜୁରୀ ଉପରେ ମିଳିବ ୫୦ଟଙ୍କାର ସହାୟତା ରାଶୀ । ତେଣୁ ପରିସଂଖ୍ୟାନ ଅନୁଯାୟୀ ଏହି ତିନି ମାସ ମଧ୍ୟରେ ଶ୍ରମିକଙ୍କ ମଜୁରି ଅନୁପାତରେ ଉପକୃତ ହୋଇଥିବା ମୋଟ ୧୪ଲକ୍ଷ ୮୮ହଜାର ମଜୁରି ଉପରେ ମିଳିବ ଏହି ସହାୟତା ରାଶୀ । ଏହି ଆର୍ଥୀକ ରାଶୀ ପ୍ରଦାନ ସମୟରେ ସ୍ୱଛତା ରକ୍ଷା ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ଏକ୍ଷେତ୍ରରେ କୌଣସି ଅନିୟମିତତାର ପ୍ରଶ୍ନ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଚେତାବନୀ ଦେଇଛି ପଞ୍ଚାୟତିରାଜ ବିଭାଗ । ତେବେ ରାଜ୍ୟ ସରକାରଙ୍କ ଏହି ସମ୍ବେଦନଶୀଳ ପଦକ୍ଷେପର ବାସ୍ତବ ଲାଭ ମନରେଗାରେ ନିୟୋଜିତ ଶ୍ରମଜୀବୀମାନେ ପାଇବେ ତ ବୋଲି ପ୍ରଶ୍ନ ଉଠିଛି । କାରଣ ଜିଲ୍ଲାତମାମ୍ ମନରେଗା ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଠିକ୍‌ଠାକ୍ ଚାଲିଛି ବୋଲି ବିଭାଗ ପକ୍ଷରୁ କାଗଜପତ୍ରରେ ଦର୍ଶାଯାଉଛି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ମନରୋଗା ଯୋଜନାରେ ମେସିନ କାମ କରିଥିବା ଅଭିଯୋଗ ହୋଇ ଆସୁଛି । ଭଦ୍ରକ ବ୍ଳକର ଗେଲପୁର ପଞ୍ଚାୟତ ହେଉ କିମ୍ବା ଧାମନଗର ବ୍‌ଳକର କାସିମପୁର ପଞ୍ଚାୟତ ହେଉ । ସବୁଠି ସମାନ ଅଭିଯୋଗ । ମିଥ୍ୟା ମଷ୍ଟର ରୋଲ ପ୍ରସ୍ତୁତ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚମାନେ ମନରେଗା ଯୋଜନାର ଅର୍ଥକୁ ଯୋଜନାବଦ୍ଧ ଭାବେ ମେସିନ ଦ୍ୱାରା କାମ କରି ଶ୍ରମଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହଡ଼ପ କରି ମାଲେମାଲ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏବେ ଘୋଷଣା କରିଥିବା ଅର୍ଥରାଶୀ ଏହି ବର୍ଗର ହଡ଼ପପକାରୀଙ୍କ ପକେଟକୁ ଯିବା ଏକପ୍ରକାର ନିଶ୍ଚିତ । ତେବେ ଦେଖିବାକୁ ବାକି ରହିଲା କିଏ କେତେ ପରିମାଣରେ ମନରେଗା ଶ୍ରମିକଙ୍କ ପ୍ରୋତ୍ସାହନ ରାଶୀକୁ ହଡ଼ପ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.