Home କେନ୍ଦୁଝର ମନରେଗା ଯୋଜନାରେ ଆକର୍ଶଣୀୟ ପାର୍କ ନିର୍ମାଣ

ମନରେଗା ଯୋଜନାରେ ଆକର୍ଶଣୀୟ ପାର୍କ ନିର୍ମାଣ

60

ହାଟଡ଼ିହି, ୧୦ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ଏକ ଶିଶୁ ଉଦ୍ୟାନ ସହ ଦର୍ଶନୀୟ ପାର୍କ ନିର୍ମାଣ କାର୍ଯ୍ୟ ଚାଲିଛି । ସରପଞ୍ଚ କାବେରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମନରେଗା ଯୋଜନା ଓ ପଞ୍ଚାୟତର ଅନ୍ୟ ପନାଣ୍ଠିରୁ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଏହି ପାର୍କ ନିର୍ମାଣ କରାଯାଉଛି । ଯାହାକି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପାର୍କରେ ଛୋଟ ଛୋଟ ଛୁଆ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି, ପିଲାମାନଙ୍କ ପାଇଁ ଜିମ, ୱାଟର ଫଲ, ବିଭିନ୍ନ ପ୍ରକାରର ଫୁଲ ବଗିଚା ସାଙ୍ଗକୁ ଘାସ ଗାଲିଚା ଓ ରଙ୍ଗ ବେରଙ୍ଗର ବିଦ୍ୟୁତ ଆଲୁଅର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରାକି ଛୋଟ ଛୋଟ ଶିଶୁ ଓ ଯୁବକ ଯୁବତୀ ମାନଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଯିବ । ହାଟଡିହି ବ୍ଲକର ସଢ଼ା ପଞ୍ଚାୟତରେ ପ୍ରଥମେ ଶିଶୁ ପାର୍କ ନିର୍ମାଣ ପରେ ଏବେ ବଡରମ୍ପାସ ପଞ୍ଚାୟତରେ ସୁଦୃଶ୍ୟ ପାର୍କ ନିର୍ମାଣ କରାଯିବା ଦ୍ୱାରା ଏହା ଅନ୍ୟ ପଞ୍ଚାୟତ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ମନରେଗା ଯୋଜନାରେ ଭିନ୍ନ ଭିନ୍ନ କାର୍ଯ୍ୟ କରାଯାଉଥିବାବେଳେ ଏବେ ଏପରି ପାର୍କ ନିର୍ମାଣ କରାଯିବା ଦ୍ୱାରା ଏହି ଯୋଜନାର ସଫଳତା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି କୁହାଯାଉଛି । ଆଉ ଅଳ୍ପ ଦିନ ମଧ୍ୟରେ ଏହି ପାର୍କ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି ସରପଞ୍ଚଙ୍କ ପ୍ରତିନିଧି ବଳରାମ ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.