Home ଜିଲ୍ଲା ପରିକ୍ରମା ମନମୋହନ ସଂଗୀତ ପରିଷଦର ମୋଗଲ ତାମସା ଦର୍ଶକଙ୍କ ମନ ଛୁଇଁଲା,ମହୋତ୍ସବ ମୈତ୍ରୀ ଓ ଭାଇଚାରାର ସନ୍ଦେଶ...

ମନମୋହନ ସଂଗୀତ ପରିଷଦର ମୋଗଲ ତାମସା ଦର୍ଶକଙ୍କ ମନ ଛୁଇଁଲା,ମହୋତ୍ସବ ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦିଏ

27

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ମହୋତ୍ସବ ମେଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗାଥା ଗାଏ ଓ ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦିଏ ବୋଲି ଗତକାଲି ସନ୍ଧ୍ୟା ରେ କଦମବେଡା ଠାରେ ଶହେ ପଚାଶ ବର୍ଷ ପୂର୍ତି ଅବସରରେ ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏଥି ସହ ଉଦଯାପନୀ ସନ୍ଧ୍ୟା ରେ ମନମୋହନ ସଂଗୀତ ପରିଷଦ ର ମୋଗଲ ତାମସା ଦର୍ଶକ ଙ୍କ ମନକୁ ଛୁଇଁ ଥିଲା କ୍ଷହଜାର ହଜାର ଦର୍ଶକ ମୋଗଲ ତାମସା ଦେଖିବାକୁ ରୁଣ୍ଡ ହୋଇଥିଲେ । ଦୀର୍ଘ ୧୮୭୫ ମସିହା ରୁ ଆରମ୍ଭ ହୋଇ ଏହି ରଜ ପର୍ବ ଶହେ ପଚାଶ ବର୍ଷ ରେ ପହଂଚିବା ଥିବାରୁ ଅତିଥି ମାନେ କମିଟି ର ପୂର୍ବତନ ସମ୍ପାଦକ ସ୍ୱର୍ଗୀୟ ସମରେନ୍ଦ୍ର ବାରିକ ଓ ସଭାପତି ବାଇଧର ବେହେରା ଓ ପୂର୍ବ କର୍ମ କର୍ତାଙ୍କ କାର୍ଯ୍ୟକ୍ରମ କୁ ସ୍ମରଣ କରିବା ସହିତ ପ୍ରଶଂସା କରିଥିଲେ । କମିଟି ର ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ, କର୍ମକର୍ତା ଓ କମିଟିର ଆବାହକଙ୍କ ଉଦ୍ୟମ ରେ ପାଂଚ ଦିନ ଧରି ମହୋତ୍ସବ ସଫଳ ହୋଇଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଉଦଯାପିତ ସନ୍ଧ୍ୟା ରେ କମିଟିର ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଭାପତତ୍ୱରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଅତିରିକ୍ତ ଏସପି ସମ୍ବିତ ମାଝି, କବୟତ୍ରୀ ମନୋରମା ରାୟ, କବୟତ୍ରୀ ଦମୟନ୍ତୀ ରାଉତ,ସଂଗୀତ ନିର୍ଦେଶକ ରାମନାରାୟଣ ମହାନ୍ତି, କବି ବିଜୟ ବହଳି, କାଉନସିଲର ଆଶିଷ ଅମିତାଭ ମହାପାତ୍ର,ପ୍ରାକ୍ତନ କାଉନସିଲର ଘାଉଲି ଜେନା, ଯୁବ ନେତା ବବୁଲୁ ଦାସ ପ୍ରମୁଖ ଯୋଗଦେଇ ଥିବା ବେଳେ ଗତ ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ ସଂଯୁକ୍ତା ବଳ ନାୟକ, କଣ୍ଠ ଶିଳ୍ପୀ ଶଶକଳା ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ସରକାର ଙ୍କ ଅନୁମୋଦିତ ଭଜନ ସନ୍ଧ୍ୟା ଶକ୍ତିଧାରା ଗ୍ରୁପ ଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା କ୍ଷକଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ଙ୍କ ସହିତ ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ ଡୁଏଟ ସଂଗୀତ ଗାନ କରିଥିଲେ । କମିଟି ପକ୍ଷରୁ ଚିଦାନନ୍ଦ ବାରିକ,ଅନନ୍ତ ବାରିକ, ଭୀମ ମହଲା, ସୁରେନ୍ଦ୍ର ମହଲା, ବାବୁଲି ପୁଷ୍ଟି,ରାଜେନ୍ଦ୍ର ବାରିକ, ଦୈତାରୀ ବେହେରା, ବାବୁ ପୃଷ୍ଟି, ଅନନ୍ତ ନାୟକ, ବିଜୟ ନାୟକ,ପଦନ ବାରିକ ପ୍ରମୁଖ ଯୁବକ ମାନେ ପରିଚାଳନା କରିଥିଲେ । ଶାନ୍ତନୁ ଦଳେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଶଶିକଳା ମିଶ୍ର, ଗଜାନନ କମିଟି ସମ୍ପାଦକ ଶିବାନନ୍ଦ ନାୟକ, କବୟତ୍ରୀ ଦମୟନ୍ତୀ ରାଉତ, ଯାଦୁକର ଶାନ୍ତନୁ ଦଳେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟି ର ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.